ଭାଲୁ ଆକ୍ରମଣର ଶୀକାର ହେଲେ ବୃଦ୍ଧ

ଉଦଳା/ ଦୀପକ ମିଶ୍ର :ଜଙ୍ଗଲକୁ ଛତୁ ତୋଳିବାକୁ ଯାଇ ଭାଲୁର ଶିକାର ଜଣେ ବୃଦ୍ଧ ବ୍ୟକ୍ତି । ଛତୁ ତୋଳୁଥିବା ସମୟରେ ଏକା ସଙ୍ଗେ ଦୁଇଟି ଭାଲୁ ଆକ୍ରମଣ କରିଥିଲେ । ଫଳରେ ଘଟଣା ସ୍ଥଳରେ ରକ୍ତାନ୍ତ ହୋଇଯାଇଥିଲେ ଏହି ବୃଦ୍ଧ ବ୍ୟକ୍ତି । ଏଭଳି ଦୁଖଃଦ ଘଟଣା ଦେଖିବାକୁ ମିଳିଛି ଉଦଳା ରେଞ୍ଜ ଗୋଠପୁରା ଗ୍ରାମରେ । ଗୋଠପୁରା ଗ୍ରାମର ବଲାଏ ହାଁସଦ ଆଜି ସକାଳେ ଛତୁ ତୋଳିବା ପାଇଁ ନିକଟସ୍ଥ ଜଙ୍ଗଲକୁ ଯାଇଥିଲେ । କିନ୍ତୁ ଜଙ୍ଗଲରେ ବଲାଏ ସହିତ ଦୁଇଟି ଭାଲୁର ମୁହାଁମୁହିଁ ପରିସ୍ଥିତି ହୋଇଥିଲା ଫଳରେ ବଲାଏକୁ ମରଣାନ୍ତକ ଆକ୍ରମଣ କରିଥିଲେ ଦୁଇଟି ଭାଲୁ । ଭାଲୁ ବଲାଏଙ୍କ ଜଙ୍ଘ ଓ ବେକକୁ କାମୁଡିବା ସହିତ ତାଙ୍କର ଅନ୍ତବୁଜୁଳା ବାହାର କରିଦେଇଥିଲେ । ଏହା ପରେ ଗୁରୁତ୍ୁର ଅବସ୍ଥାରେ ବଲାଏ ଜଙ୍ଗଲରେ ପଡି ରହିଥିବା ବେଳେ ଅନ୍ୟମାନେ ଏହାକୁ ଦେଖି ପରିବାର ଲୋକଙ୍କୁ ଖବର ଦେଇଥିବା ସୂଚନା ମିଳିଛି । ପରିବାର ଲୋକେ ଘଟଣା ସ୍ଥଳରେ ପହଚିଂ ବଲାଏଙ୍କୁ ଶଙ୍କଟାପନ୍ନ ଅବସ୍ଥାରେ ଉଦ୍ଧାର କରି ଉଦଳା ଡାକ୍ତରଖାନାରେ ଭର୍ତ୍ତି କରିଥିଲେ । ପ୍ରାଥମିକ ଚିକିତ୍ସା ପରେ ତାଙ୍କୁ ବାରିପଦା ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇ ଚିକିତ୍ସା ଜାରି ରହିଛି ।