ଅଜଣା ବାଇକ ଧକ୍କାରେ ବୃଦ୍ଧ ମୃତ

କେନ୍ଦୁଝର /ବିଜୟ କୁମାର କାରୁଆ : କେନ୍ଦୁଝରଜିଲ୍ଲା ପାଟଣା ଥାନା ଅନ୍ତର୍ଗତ ଭିମାପଡା ରାସ୍ତା ରେ ଘଟିଛି ଏକ ଅଭାନୀ ଘଟଣା । ଅଜଣା ବାଇକ ଧକ୍କା ରେ ବୃଦ୍ଧଙ୍କ ମୃତ୍ୟୁ ଘଟିଛି ।କେନ୍ଦୁଝର ବଡ଼ ମେଡ଼ିକାଲ ସ୍ଥାନାନ୍ତରିତ କରାଯାଇଛି। ସୁଚନା ରୁ ପ୍ରକାଶ ଯେ ଟାଙ୍ଗରପଡା ସ୍ଥିତ ଭିମାପଡା ହାଟ ସାରି ଅଙ୍କୁରା ଗ୍ରାମ ର ଆନନ୍ଦ କାରୁଆ ୬୫ବର୍ଷ ଘର କୁ ଫେରୁଥିବା ବେଳେ କେନ୍ଦୁଝର ପଟୁ ଜଣେ ବାଇକ ଆରୋହି ଆସି ହାଟ ନିକଟରେ ପଛପଟୁ ଶକ୍ତଧକ୍କା ଦେଇ ଥିଲା ଆନନ୍ଦ କାରୁଆ ଘଟଣାସ୍ଥଳରେ ପଡିଯାଇ ଥିଲେ ।

ସ୍ଥାନୀୟ ଲୋକେ ଆନନ୍ଦ ଙ୍କୁ ଗୁରୁତର ଅବସ୍ଥା ଦେଖି ପାଟଣା ଅଗ୍ନିଶମ ବିଭାଗ କୁ ଖବର ଦେଇଥିଲେ । ଖବର ପାଇ ଅଗ୍ନିଶମ ବିଭାଗ ଘଟଣାସ୍ଥଳ ରେ ପହଁଞ୍ଚି ଗୁରୁତର ବୃଦ୍ଧ କୁ ଉଦ୍ଧାର କରି ପାଟଣା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ରେ ଭର୍ତ୍ତି କରି ଥିଲେ । ସ୍ୱାସ୍ଥ୍ୟ କେନ୍ଦ୍ର ରେ ଆନନ୍ଦଙ୍କ ଅବସ୍ଥା ଗୁରୁତର ହେବାରୁ ଡ଼କ୍ଟର ତାଙ୍କୁ କେନ୍ଦୁଝର ବଡ଼ ମେଡ଼ିକାଲ ସ୍ଥାନାନ୍ତରିତ କରିଥିବା ବେଳେ ଆମ୍ବୁଲାନ୍ସ ଯୋଗେ ନେଉ ଥିବା ବେଳେ ଢେଙ୍କିକୋଟ ନିକଟରେ ମୃତ୍ୟୁ ଘଟି ଥିବା ଜଣାପଡିଛି।