ଗଜପତି (ବିବେକାନନ୍ଦ ବେହେରା) : ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସ୍ଥିତ ଗୁଣ୍ଡିଚା ବାଡ଼ି ପଡିଆ ଠାରେ ସାଇବର ଅପରାଧ ରୋକିବା ସକାଶେ ଏକ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି।ଗଜପତି ଜିଲ୍ଲାପାଳ ସ୍ମୃତି ରଞ୍ଜନ ପ୍ରଧାନ ଏହି ସଚେତନତା କାର୍ଯ୍ୟକ୍ରମକୁ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ । କାର୍ଯ୍ୟକ୍ରମକୁ ପ୍ରଦୀପ ପ୍ରଜ୍ୱଳନ କରି ଶୁଭ ଉଦଘାଟନ କରିଥିଲେ। ଗଜପତି ଏସ ପି ସ୍ବାତି ଏସ କୁମାର,ଜୀ ତିରୁପତି ରାଓ,ସ୍ୱତନ୍ତ୍ର ଉନ୍ନୟନ ପରିଷଦ ଅଧ୍ୟକ୍ଷା ମରିୟମ ରଇତ,ପୌର ପରିଷଦ ଅଧ୍ୟକ୍ଷା ନିର୍ମଳା ସେଠୀ,ଉପ ଜିଲ୍ଲାପାଳ ଆଲୋକ କୁମାର ପ୍ରଧାନ,ଜିଲ୍ଲା ବନଖଣ୍ଡ ଅଧିକାରୀ ଏସ ଆନନ୍ଦ,ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ସୁନୀଲ କାନ୍ତ ମହାନ୍ତି ପ୍ରମୁଖ ମଞ୍ଚାସିନ ଥିଲେ।ଏହି ସାଇବର ସଚେତନତା କାର୍ଯ୍ୟକ୍ରମ ଗଜପତି ଆରକ୍ଷୀ ଅଧିକ୍ଷକ ସ୍ବାତି ଏସ କୁମାରଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଅନୁଷ୍ଠିତ ହୋଇଛି।
ମଞ୍ଚାସିନ ଅତିଥିମାନେ ସାଇବର ଅପରାଧ କିପରି ରୋକାଯାଇ ପାରିବ ସେ ଉପରେ ନିଜ ନିଜର ମତ ବ୍ୟକ୍ତ ରଖିଥିଲେ। ଲୋକଙ୍କୁ ସଚେତନତା ଓ ବହୁଳ ପ୍ରଚାର ପ୍ରସାର କରିବା ଦ୍ୱାରା ସାଇବର ଅପରାଧ ରୋକାଯାଇ ପାରିବ ବୋଲି ମତ ପ୍ରକାଶ ପାଇଥିଲା।ଏକ ସାଇବର ସଚେତନତା ରଥକୁ ଗଜପତି ଏସ ପି ସ୍ବାତି ଏସ କୁମାର ସବୁଜ ପତାକା ଦେଖାଇ ଶୁଭାରମ୍ଭ କରିଥିଲେ। ଏହି ସଚେତନତା ରଥ ଜିଲ୍ଲାର ପ୍ରତ୍ୟେକ ବ୍ଳକ,ପଞ୍ଚାୟତ, ଗ୍ରାମ ଓ ସହରାଞ୍ଚଳରେ ଲୋକ ମାନଙ୍କୁ ସଚେତନତା କରାଇବ ଲୋକଙ୍କୁ ପ୍ରଚାର ପତ୍ର ବଣ୍ଟନ ଓ ପଥ ପ୍ରାନ୍ତ ନାଟକ ଦ୍ବାରା ସଚେତନତା କରିବାର ବ୍ୟବସ୍ଥା ରହିଛି।ପରେ ଏକ ବାଇକ ରାଲି ବାହାରି ଲୋକଙ୍କୁ ସଚେତନତା କରାଯାଇଥିଲା।ଏହି ଭଳି ସାଇବର ସଚେତନତା କାର୍ଯ୍ୟକ୍ରମକୁ ରାଜ୍ୟ ସରକାରଙ୍କୁ ଓ ଜିଲ୍ଲା ପ୍ରଶାସନକୁ ଜନସାଧାରଣ ଭୂୟସ ପ୍ରଶଂସା କରିଛନ୍ତି।