ନୂଆଦିଲ୍ଲୀ : କେନ୍ଦ୍ର ସରକାରଙ୍କ ବିରୋଧରେ ନୂଆ ବିବାଦ ଆରମ୍ଭ କରିଛି ପଞ୍ଜାବ କଂଗ୍ରେସ । କଳା କୃଷି ଆଇନ ପଦର୍ଶନକାରୀଙ୍କୁ ୨ ଲକ୍ଷ ଟଙ୍କା ଲେଖାଁଏ ସହାୟତା କରିଛନ୍ତି ପଞ୍ଜାବ ସରକାର । ୮୩ ଜଣ ପଦର୍ଶନକାରୀଙ୍କୁ ପଞ୍ଜାବ ମୁଖ୍ୟମନ୍ତ୍ରୀ ଚନ୍ନି ଏହି ଟଙ୍କା ପଦର୍ଶନ କରିଛନ୍ତି ।
ସାଧାରଣତନ୍ତ୍ର ଦିବସରେ ଦିଲ୍ଲୀରେ ହୋଇଥିବା ଟ୍ରାକ୍ଟର ରାଲିରେ ଯେଉଁ ପ୍ରଦର୍ଶନକାରୀ ଗିରଫ ହୋଇଛନ୍ତି ସେମାନଙ୍କୁ ଏହି ଟଙ୍କା ସହାୟତା ପ୍ରଦାନ କରାଯାଇଛି । ପଞ୍ଜାବ ଓ ହରିଆଣାରୁ ଅନେକ ସଂଖ୍ୟାରେ କୃଷକ ତିନି କଳା କୃଷି ଆଇନକୁ ବିରୋଧ ପ୍ରଦର୍ଶନ କରି ଦିଲ୍ଲୀ ଅଭିମୁଖେ ଯାତ୍ରା କରିଥିଲେ । କୃଷକ ମାନଙ୍କର କହିବା କଥା କେନ୍ଦ୍ର ସରକାର ଆଣିଥିବା କୃଷି ଆଇନ ମାଧ୍ୟମରେ କୃଷି ପ୍ରାଇଭେଟ୍ କମ୍ପାନୀଙ୍କ ହାତକୁ ଚାଲିଯିବ ।
କୃଷି ଆଇନ ବିରୋଧରେ ଜାନୁଆରି ୨୬ ତାରିଖରେ ଦିଲ୍ଲୀରେ ଟ୍ରାକ୍ଟର ରାଲି କରିଥିଲେ କୃଷକ । ଟ୍ରାକ୍ଟର ରାଲି ପାଇଁ ନିର୍ଦ୍ଦିଷ୍ଟ ରାସ୍ତା ନିରୁପଣ ହୋଇଥିବା ବେଳେ କିଛି କୃଷକ ପୋଲିସକୁ ଚକମା ଦେଇ ଦିଲ୍ଲୀର ଲାଲକିଲ୍ଲାରେ ପହଞ୍ଚିଥିଲେ । ଯେଉଁଥି ପାଇଁ ସ୍ଥିତି ଅଣାୟତ୍ତ ହୋଇପଡିଥିଲା । ଯାହାପରେ ପ୍ରଦର୍ଶନ ଅରାଜକାତାରେ ପରିଣତ ହେବା ଓ ଲାଲକିଲ୍ଲାରେ ବିଭିନ୍ନ ସଂଗଠନର ପତାକାକୁ ଲାଲକିଲ୍ଲାରେ ଉତ୍ତୋଳନ କରାଯାଇଥିଲା ।