(ରିପୋର୍ଟସ ଟୁଡ଼େ)ଭୁବନେଶ୍ୱର: ଆଜ ପ୍ରଥମ ପର୍ୟ୍ୟାୟ ମତଦାନ ଆରମ୍ଭ ହୋଇସାରିଛି । ଏହାପରେ ବାକି ଥିବା ଅନ୍ୟ ୩ଟି ପର୍ୟ୍ୟାୟ ପାଇଁ ବିଭିନ୍ନ ରାଜନୈତିକ ଦଳ ପ୍ରଚାରକୁ ଜୋର ଦେଇଛନ୍ତି । ଏହି ପରିପ୍ରେକ୍ଷୀରେ ଓଡ଼ିଶାରେ ବିଜେପିର ପ୍ରଚାର ଜୋର ଧରିବାରେ ଲାଗିଛି । ଓଡ଼ିଶାରେ ବିଜେପିର ସ୍ଥିତିକୁ ସୁଦୃଢ କରିବା ପାଇଁ କାଲି ପୁଣି ଅମିତ ଶାହାଙ୍କ ଓଡ଼ିଶା ଗସ୍ତ କରିବେ । ଶାହା ନିକଟରେ ଅନେକ ଥର ଓଡ଼ିଶା ଆସି ନିଜ ଉଦବୋଧନ ଦେଉଛନ୍ତି । ଶାହା କାଲି କେନ୍ଦୁଝର ଜିଲ୍ଲା ଗସ୍ତ କରିବେ । ସେଠାରେ ସେ କର୍ମୀଙ୍କୁ ସମ୍ବୋଧନ କରିବେ । କେନ୍ଦୁଝର ମେଡିକାଲ କଲେଜ ପଡିଆରେ ଏହି ସଭାକୁ ଆୟୋଜନା କରାଯିବା ନେଇ କାର୍ୟ୍ୟକ୍ରମ ରହିଛି ।