(ସୌମ୍ୟ ରଂଜନ ସେଠୀ): ବିଜେପିର ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହା ଆଜି ଓଡ଼ିଶା ଆସୁଛନ୍ତି। ପୁରୀରେ ଦଳର ମହିଳା ମୋର୍ଚ୍ଚାର ରାଷ୍ଟ୍ରୀୟ କାର୍ୟ୍ୟକାରିଣୀରେ ସେ ଯୋଗଦେବେ। ଗତକାଲି ସନ୍ଧ୍ୟାରେ ପୁରୀ ଠାରେ ଆରମ୍ଭ ହୋଇଥିବା ତିନି ଦିନିଆ ରାଷ୍ଟ୍ରୀୟ କାର୍ୟ୍ୟକାରିଣୀ ବୈଠକରେ ଆଜି ଅମିତ ଶାହା ଯୋଗ ଦେବେ। ସେ ସକାଳ ୧୦ଟାରେ ଭୁବନେଶ୍ୱର ବିମାନ ବନ୍ଦରରେ ପହଞ୍ଚିବା ପରେ ସିଧାସଳଖ ପୁରୀ ଯିବେ। ଭୁବନେଶ୍ୱର-ପୁରୀ ରାସ୍ତାର ବିଭିନ୍ନ ସ୍ଥାନରେ ତାଙ୍କୁ ସମ୍ବର୍ଦ୍ଧନା ଦିଆଯିବାର କାର୍ୟ୍ୟକ୍ରମ ରହିଛି। ଅପରାହ୍ନ ୧୨ଟା ୨୫ରେ ଶରଧାବାଲିଠାରେ ଅନୁଷ୍ଠିତ ହେବାକୁ ଥିବା ମହିଳା କାର୍ୟ୍ୟକର୍ତ୍ତା ସମ୍ମିଳନୀରେ ବିଭିନ୍ନ ପ୍ରସଙ୍ଗରେ ଆଲୋଚନା କରିବେ। ଏହା ପରେ ସେ ଅପରାହ୍ନ ୩ଟାରେ ହୋଟେଲ୍ ଗୋଲ୍ଡେନ୍ ପ୍ୟାଲେସଠାରେ ମହିଳା କାର୍ୟ୍ୟକାରିଣୀ ବୈଠକକୁ ଉଦଘାଟନ କରିବେ।