ଓଡ଼ିଶାରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା

0

ଭୁବନେଶ୍ୱର: ଦୁଇ ଦିନିଆ ଓଡ଼ିଶା ଗସ୍ତରେ ଅମିତ ଶାହା । ଗତକାଲି ଭୁବନେଶ୍ୱର ବିମାନ ବନ୍ଦରରେ ପହଞ୍ଚିଥିିଲେ ଅମିତ ଶାହା । ଏୟାରପୋର୍ଟରେ ପାରମ୍ପରିକ ଉପାୟରେ ସ୍ୱାଗତ ଜଣାଇଥିଲେ ।

ଆଜି ଲୋକସେବା ଭବନରେ ଏକାଠି ହୋଇଛନ୍ତି ଶାହା-ନବୀନ । ନକ୍ସଲ ଦମନ ଓ ବିପର୍ୟ୍ୟୟ ପରିଚାଳନା ସ୍ଥିତିର ମଧ୍ୟ ସମୀକ୍ଷା କରିଛନ୍ତି । ଆଜି କେନ୍ଦ୍ର ଗୃହ ଭରଚୁଆଲ ମାଧ୍ୟମରେ ସୁକିନ୍ଦା-କମାକ୍ଷାନଗର ଓ ଚଣ୍ଡିଖୋଲ-ଭଦ୍ରକ ଜାତୀୟ ରାଜପଥ ପ୍ରକଳ୍ପର ଶୁଭାରମ୍ଭ କରିଛନ୍ତି । ଏହାସହ ଲୋକସେବା ଭବନରେ ମାଓ ଉପଦ୍ରବକୁ ମୂଳପୋଛ ପାଇଁ ନିଆଯାଉଥିବା ପଦକ୍ଷେପ ଓ ପ୍ରାକୃତିକ ବିପର୍ଯ୍ୟୟ ମୁକାବିଲା ସମୀକ୍ଷା ବୈଠକରେ ମଧ୍ୟ ଅମିତ ଶାହ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି ।

ପରେ ପରେ ଦଳୀୟ କାର୍ଯ୍ୟକ୍ରମରେ କର୍ମୀଙ୍କୁ ଗୁରୁମନ୍ତ୍ର ଦେବେ ଶାହ । ରାଜ୍ୟ ପଦାଧିକାରୀ ଏବଂ କୋର କମିଟିର ବୈଠକ ନେବେ ଶାହ । ତୃଣମୂଳ ସ୍ତରରେ ସଙ୍ଗଠନ ମଜଭୁତ, ମୋଦି ସରକାରଙ୍କ ୯ ବର୍ଷର ସଫଳ ବାର୍ତ୍ତା ଲୋକଙ୍କ ପାଖରେ ପହଞ୍ଚାଇବା ନେଇ ଶାହ ଗୁରୁମନ୍ତ୍ର ଦେବେ । ଶାହଙ୍କ ଓଡ଼ିଶା ଗସ୍ତକୁ ନେଇ ବିଜେପି ଶିବିରରେ ଦେଖିବାକୁ ମିଳିଛି ବେଶ ଉତ୍ସାହ ।