ଗାଈକୁ ଧକ୍କା ଦେଇ ଆମ୍ବୁଲାନ୍ସ ଦୁର୍ଘଟଣାଗ୍ରସ୍ତ

ହିଞ୍ଜିଳି କାଟୁ/ ରଜନୀକାନ୍ତ ପାତ୍ର: ଛତ୍ରପୁର ନିକଟ ଜାତୀୟ ରାଜପଥରେ ଏକ ଗାଈକୁ ଧକ୍କା ଦେଇ ଆମ୍ବୁଲାନ୍ସ ଦୁର୍ଘଟଣାଗ୍ରସ୍ତ ହୋଇଛି । ଗତକାଲି ବିଳମ୍ବିତ ରାତିରେ ଏପି ୩୯ ଟିଭି ୭୯୬୩ ନଂ ଏକ ଆମ୍ବୁଲାନ୍ସ ଖଡକପୁରରୁ ରୋଗୀ ଛାଡି ବିଶାଖାପାଟ୍ଟନମ୍ ଫେରୁଥିଲା । ଛତ୍ରପୁର ନିକଟ ଜାତୀୟ ରାଜପଥରେ ଆମ୍ବୁଲାନ୍ସ ଏକ ଗାଈକୁ ଧକ୍କା ଦେଇଥିଲା । ଫଳରେ ଆମ୍ବୁଲାନ୍ସଟି ଡିଭାଇଡରକୁ ବାଡେଇ ହୋଇ ଦୁର୍ଘଟଣାଗସ୍ତ ହୋଇଥିଲା । ଘଟଣାସ୍ଥଳରେ ଗାଈର ମୃତ ହୋଇଥିବା ବେଳେ ସକାଳୁ ଗାଈକୁ ରାସ୍ତା ଉପରୁ ହଟାଯାଇଛି । ଆମ୍ବୁଲାନ୍ସଟି ରାସ୍ତା ପାଶ୍ୱର୍ରେ ଅଟକି ରହିଥିବା ବେଳେ କେହି ଆହାତ ହୋଇନଥିବା ସୂଚନା ମିଳିଛି ।