ବିଜୁ ଜନତା ଦଳକୁ ଲାଗିଛି ଶକ୍ତ ଝଟକା । ଗୋଟେପଟେ ବିଜେଡି ସୁପ୍ରିମୋ ଆଜି ନୂଆପଡା ଉପନିର୍ବାଚନର ପ୍ରଚାରକୁ ଓହ୍ଲାଇଥିବା ବେଳେ, ଏପଟେ ଦଳରେ ଜଣେ ଫ୍ରଣ୍ଟଲାଇନର ନେତା ଦଳକୁ ବାଏ ବାଏ କରି ଦେଇଛନ୍ତି । ଅର୍ଥାତ୍, ଆଜି ବିଜେଡିକୁ ଅଲବିଦା କହିବା ସହ, ବିଜେପି ଶିବିରରେ ବିଧିବଧ ଭାବରେ ସାମିଲ ହୋଇଛନ୍ତି ପୂର୍ବତନ ରାଜ୍ୟସଭା ସାଂସଦ ଅମର ପଟ୍ଟନାୟକ । ଖାଲି ସେତିକି ନୁହେଁ, ଭାରତୀୟ ଜନତା ପାର୍ଟିର ଆଦର୍ଶରେ, ସେ ଅନୁପ୍ରାଣିତ ହୋଇ ବିଜେପିକୁ ବାଛିଥିବା କଥା କହିଛନ୍ତି ।

ଏପଟେ ଏହି ମିଶ୍ରଣ ପର୍ବରେ ବିଜେପିର ଅନେକ ଛାମୁଆ ନେତାଙ୍କ ସମେତ, ମୁଖ୍ୟମନ୍ତ୍ରୀ ମୋହନ ଚରଣା ମାଝୀ ମଧ୍ୟ ମଞ୍ଚରେ ମଞ୍ଚାସୀନ ଥିଲେ । ଏବଂ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କହିଥିଲେ, ବିଜେପିରେ ରହି କାମ କରିବାକୁ ଅମର ଆଗ୍ରହ ପ୍ରକାଶ କରିଛନ୍ତି | ତାଙ୍କ ମନ ଭିତରେ ଯାହା ଅଛି, ମୋଦିଙ୍କ ଦୃଷ୍ଟି କୋଣକୁ ପାଖରୁ ଦେଖିଛନ୍ତି | ପୂର୍ବରୁ ଅମର, ଆଞ୍ଚଳିକ ଦଳରେ ସାମିଲ ହେଇ କାମ କରିଥିଲେ । କିନ୍ତୁ ଖୋଲା ହୃଦୟରେ କାମ କରିବାର ଅବକାଶ ମିଳିନଥାଇ ପାରେ | ବିଜୁ ଜନତା ଦଳରେ ଅଣ ନିଶ୍ୱାସୀ ନେତାଙ୍କୁ ଲାଗୁଥିଲା । ଖୋଲା ହୃଦୟରେ ସେମାନଙ୍କୁ କାମ କରିବାର ସୁଯୋଗ ମିଳୁନଥିଲା | ହେଲେ ବିଜେପିରେ, ନେତାଙ୍କୁ ସବୁ ସୁଯୋଗ ମିଳୁଛି | ତେଣୁ ବିଜେଡିରୁ ମୁକ୍ତି ପାଇଲା ପରେ, ଆଜି ଅଣନିଶ୍ୱାସୀରୁ ମୁକ୍ତି ହୋଇଥିବେ | ଏଠି ସେ ଭରପୁର ସୁଯୋଗ ପାଇବେ | ସାଂସଦ ସମୟରେ ବହୁତ କାମ କରିଛନ୍ତି |ଅମର ବାବୁ ଜାଣିପାରିଲେ ସମୃଦ୍ଧି ଓଡ଼ିଶା ବିକଶିତ ଭାରତ ଗଠନରେ ସାମିଲ ହେବେ | ନୂଆପଡା ନିର୍ବାଚନରେ ପ୍ରଥମ ଥର ନବୀନ ବାବୁ ଯାଇଛନ୍ତି | ନବୀନ ସେଠି ଉଭା ହେଲେ ଏଠି ବିଜେପି ରେ ସାମିଲ ହେଲେ ଅମର ପଟ୍ଟନାୟକ | ନବୀନ ବାବୁ ସେଠି ପ୍ରଚାର କରନ୍ତୁ, କାଲି ଅମର ବାବୁ ନୂଆପଡା ପ୍ରଚାରରେ ଯିବେ | ଅମର ପଟ୍ଟନାୟକ ଙ୍କ ନେତୃତ୍ୱ ବିଜେପିକୁ ଶକ୍ତିଶାଳୀ କରିବାରେ ଭୂମିକା ନେବ |