ବଢିଲା ମେୟର, କର୍ପୋରେଟରଙ୍କ ଭତ୍ତା

ଭୁବନେଶ୍ୱର : କର୍ପୋରେସନ ବୈଠକ ପାଇଁ ବଢିଲା କର୍ପୋରେଟର, ମେୟର ଓ ଡେପୁଟି ମେୟର ଙ୍କ ଭତ୍ତା |କର୍ପୋରେସନ ବୈଠକ ପାଇଁ ଦରମା ପାଇବେ BMC ମେୟର, ଡେପୁଟି ମେୟର ଓ କର୍ପୋରେଟର |ଗୋଟିଏ କର୍ପୋରେସନ ବୈଠକ ପାଇଁ ମେୟର ପାଇବେ 50 ହଜାର ଟଙ୍କା, ଡେପୁଟି ମେୟର ପାଇବେ 25 ହଜାର ଓ କର୍ପୋରେଟର ପାଇବେ 10 ହଜାର ଟଙ୍କା |

ସମସ୍ତ କର୍ପୋରେଟର ଙ୍କ ସର୍ବ ସମ୍ମତି କ୍ରମେ ନିଷ୍ପତି |ଆଗାମୀ କର୍ପୋରେସନ ବୈଠକ ଠାରୁ ଲାଗୁ ହେବ ନିୟମ | ନିଜ ନିଜ ୱାର୍ଡ ରେ ଜନ ପ୍ରତିନିଧି ବୁଲୁଛନ୍ତି ଲୋକଙ୍କ ସହ ମିସୁଛନ୍ତି ତେଣୁ ଏହି ଅର୍ଥ ରାଶି ସେମାନଙ୍କୁ ସପୋଟିଭ ରହିବ |ଆହୁରି ଲୋକଙ୍କ ସହ ମିଶି କାମ କରିବାରେ ସହାୟ ହେବ |ଏଥିସହ ସମସ୍ତ ଖର୍ଚ୍ଚ ବହନ କରିବ BMC |ସୂଚନା ଦେଲେ BMC କମିଶନର |