ବିଭିନ୍ନ ବର୍ଗଙ୍କୁ ଦିଆଯାଉଥିବା ଭତ୍ତା ଟଙ୍କା ୩୦୦୦କୁ ବୃଦ୍ଧି !

ଭୁବନେଶ୍ୱର: ସମସ୍ତ ଭତ୍ତା ହେବ ୩ ହଜାର ଟଙ୍କା । ରାଜ୍ୟରେ ସମସ୍ତ ଭତ୍ତା ୩ହଜାର ଟଙ୍କା ବୃଦ୍ଧି ନେଇ ନିଷ୍ପତି ହୋଇଛି। ଏନେଇ ପ୍ରସ୍ତୁତି ଚାଲିଥିବା ସାମାଜିକ ସଶକ୍ତିକରଣ ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ସୂଚନା ଦେଇଛନ୍ତି। ବାର୍ଦ୍ଧକ୍ୟ, ବିଧବା, ଦିବ୍ୟାଙ୍ଗ ଭତ୍ତା ୩ହ ଜାର ଟଙ୍କା ବୃଦ୍ଧି ହେବ ବୋଲି ପ୍ରସ୍ତୁତି ଚାଲିଛି।
ସୂଚନା ଅନୁଯାୟୀ, ଖୁବଶୀଘ୍ର ବିଭିନ୍ନ ବର୍ଗଙ୍କୁ ଦିଆଯାଉଥିବା ଭତ୍ତା ଟଙ୍କା ୩୦୦୦ଟଙ୍କାକୁ ବୃଦ୍ଧି କରାଯିବ । ସେ ନେଇ ପ୍ରସ୍ତୁତି ମଧ୍ୟ ଚାଲିଛି । ଅର୍ଥ ବିଭାଗ ସହ ବିସ୍ତୁତ ଆଲୋଚନା ପରେ ଏହାକୁ କାର୍ଯ୍ୟକାରୀ କରାଯିବ । ତେବେ କେଉଁ ବର୍ଗର ଲୋକଙ୍କ ଭତ୍ତା ବଢାଯିବ ସେନେଇ କୌଣସି ସଠିକ ସୂଚନା ମିଳିନାହିଁ । ବାର୍ଦ୍ଧକ୍ୟ ଭତ୍ତା , ବିଧବା ଭତ୍ତା ଓ ଦିବ୍ୟାଭ୍ଗ ଭତ୍ତା କିମ୍ବା କଳାକାର ଭତ୍ତା । କେଉଁ ବର୍ଗ ଉପରେ ଗୁରୁତ୍ୱ ଦିଆଯାଇପାରେ । ତାହା ଆଗାମୀ ଦିନରେ ହି ଜଣାପଡିବ ।