ଟାଙ୍ଗୀ-: ଅଲ ଓଡିଶା ପ୍ୟାକ୍ସ ଓ ଲ୍ୟାମ୍ପସ କର୍ମଚାରୀ ମହାସଙ୍ଘ ଖୋର୍ଦ୍ଧା ଜିଲ୍ଲା ଶାଖା ପକ୍ଷରୁ ଏକ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ ହୋଇ ଯାଇଛି । ଅନୁଷ୍ଠିତ ସମ୍ବର୍ଦ୍ଧନା ସଭାରେ ଖୋର୍ଦ୍ଧା ଜିଲ୍ଲାର ବିଭିନ୍ନ ପ୍ୟାକ୍ସ ଓ ଲ୍ୟାମ୍ପସ ଓ ସମବାୟ ସମିତିର ସଭାପତି ଓ ସମ୍ପାଦକ ମାନେ ଯୋଗ ଦେଇଥିଲେ। ଏହି ଅବସରରେ ଟାଙ୍ଗୀ ବ୍ଲକ ଶାଖାର ସଭାପତି ଗୌର ଗୋବିନ୍ଦ ପଟ୍ଟନାୟକଙ୍କ ତତ୍ୱାବଧାନରେ ସମ୍ବର୍ଧନା ସଭା ଅନୁଷ୍ଠିତ ହୋଇଥିଲ । ସର୍ବ ପ୍ରଥମେ ଓଡିଆ ମାନଙ୍କର ଆରାଧ୍ୟ୍ୟ ଦେବତା ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଚିତ୍ରରେ ଧୂପ ଦୀପ ଅର୍ପଣ କରାଯିବା ପରେ ସଭା ଅନୁଷ୍ଠିତ ହୋଇଥିଲା । ଟାଙ୍ଗୀ ବ୍ଲକ ସଂଗଠନ ସମ୍ପାଦକ ଦୁଷ୍ମନ୍ତ କୁମାର ମହାପାତ୍ର ସଭା ପରିଚାଳନା କରିଥିଲେ । ଏହି ସଭାରେ ଓଡିଶା ପ୍ୟାକ୍ସ ଓ ଲ୍ୟାମ୍ପସ କର୍ମଚାରୀ ମହାସଙ୍ଘର ନବ ନିଯୁକ୍ତ ସଭାପତି ଶ୍ରୀ ରଞ୍ଜନ ମଙ୍ଗରାଜ, ପୂର୍ବତନ ପ୍ୟାକ୍ସ ଓ ଲ୍ୟାମ୍ପସ ପ୍ରଶାସନିକ ଅଧିକାରୀ କୃଷ୍ଟଚନ୍ଦ୍ର ହରି ଚନ୍ଦନ, ଯୁବନେତା ଅନିଲ ବିଶ୍ୱାଳ, ଲ୍ୟାମ୍ପସ ଓ ପ୍ୟାକ୍ସ ରାଜ୍ୟ ସଂଯୋଜକ ଚନ୍ଦ୍ର ଶେଖର ନାୟକ ପ୍ରମୁଖ ଅତିଥି ଭାବେ ଯୋଗ ଦେଇଥିଲେ, ଅତିଥି ମାନଙ୍କୁ ଉତ୍ତରୀୟ ସହ ପୁଷ୍ପ ଗୁଚ୍ଛ ପ୍ରଦାନ କରାଯାଇ ସମ୍ବର୍ଦ୍ଧିତ କରାଯାଇଥିଲା । ଏହି ଅବସରରେ ଉତ୍ସାହ ସହିତ କର୍ମକ୍ଷେତ୍ରରେ ଆଗକୁ ବଢ଼ିବା ପାଇଁ ଅତିଥି ମାନେ ମତ ବ୍ୟକ୍ତ କରିଥିଲେ । ଏହି କାର୍ଯ୍ୟକ୍ରମରେ ଟାଙ୍ଗୀ ଶାଖାର ପ୍ରଦୀପ୍ତ କୁମାର ଷଡ଼ଙ୍ଗୀ, ଜଗନ୍ନାଥ ଓଝା, ବାଙ୍କୀନିଧି ପ୍ରଧାନ, ରବିନ୍ଦ୍ର ଜୟ ସିଂ, ରମେଶ ପ୍ରଧାନ, ପ୍ରମୁଖ ସହଯୋଗ କରିଥିଲେ ।