ଗୋପ(ଜୟନ୍ତ କୁମାର ସେଠି) : ଅଲ ଓଡିଶା ଅଗନୱାଡି ଲେଡିଜ଼ ୱାର୍କରସ ଆସୋସିଏସନ ପକ୍ଷରୁ ପୁରୀ ଜ଼ିଲ୍ଲା ଅଙ୍ଗନୱାଡି କର୍ମଚାରୀଙ୍କ ବିବିର୍ଣ୍ଣ ସମସ୍ୟା ସମ୍ପର୍କରେ ଜିଲ୍ଲାପାଳଙ୍କୁ ଦାବିପତ୍ର ପ୍ରଦାନ କରାଯାଇଛି । ସରକାରଙ୍କ ଦ୍ୱାରା ପ୍ରଦତ୍ତ ମୋବଇଲ ପାଇଁ ସିମ କାର୍ଡ ଓ ଡାଟା ପ୍ୟାକ ପ୍ରଦାନ କରାଯାଉ । SHG ସମ୍ଭଦିତ ସମସ୍ତ କାର୍ୟ୍ୟରୁ ମୁକ୍ତ କରାଯାଉ । ତିନି ବର୍ଷର ଫ୍ଲେସ୍କି ଫଣ୍ଡ ବାବଦ ଟଙ୍କା ପ୍ରଦାନ କରାଯାଉ । ସମସ୍ତ କେନ୍ଦ୍ରକୁ ଗ୍ୟାସ ସଂଯୋଗ କରାଯାଉ । ନିଜସ୍ୱ ଗୃହ ଥିବା ଅଙ୍ଗନୱାଡି କେନ୍ଦ୍ର ଗୁଡିକରେ ଯଥାଶୀଘ୍ର ବିଦ୍ୟୁତ ସଂଯୋଗ କରାଯାଉ କ୍ଷ୨୦୨୦ ଓ ୨୦୨୧ ଦୁଇବର୍ଷର TA ପ୍ରଦାନ କରାଯାଉ ବୋଲି ଆସୋସିଏସନ ପକ୍ଷରୁ ଦାବି କରାଯାଇଛି । ସରକାର ଜିଲ୍ଲା ଅଙ୍ଗନୱାଡି କର୍ମଚାରୀଙ୍କ ଦାବି ପୂରଣ ନ କରନ୍ତି ତାହାହେଲେ ଆଗାମୀ ଦିନରେ ଆନ୍ଦୋଳନ କୁ ଓହ୍ଲାଇବେ ବୋଲି ସଂଘ ଚେତାବନୀ ଦେଇଛନ୍ତି ।