ସମ୍ବଲପୁର(ରିପୋର୍ଟର୍ସ ଟୁଡେ): ସପ୍ତାହକ ପରେ ବନ୍ଦ ହେଲା ହୀରାକୁଦର ସମସ୍ତ ଗେଟ । ଜଳଭଣ୍ଡାରରେ ଜଳପ୍ରବାହ ସାମାନ୍ୟ କମିଥିବାରୁ ଏହାର ସମସ୍ତ ଗେଟକୁ ବନ୍ଦ କରିଦିଆଯାଇଛି । ବର୍ତ୍ତମାନ ହୀରାକୁଦର ଜଳସ୍ତର ୬୦୬.୬୨ଫୁଟ ରହିଛି ।
ଗତ ୧୧ ତାରିଖରେ ଜଳଭଣ୍ଡାରରୁ ଚଳିତ ବର୍ଷର ପ୍ରଥମ ବନ୍ୟାଜଳ ନିଷ୍କାସିତ ହୋଇଥିଲା । ପୂଜାର୍ଚ୍ଚନା ପରେ ଦିନ ୧୧ଟାରେ ପ୍ରଥମେ ୭ ନମ୍ବର ଗେଟରୁ ପାଣି ଛଡାଯାଇଥିଲା । ଏହାପରେ ପର୍ଯ୍ୟାୟକ୍ରମେ ୨ଟି ଗେଟରୁ ବନ୍ୟା ଜଳ ନିଷ୍କାସିତ କରାଯାଇଥିଲା । ତେବେ ଜଳସ୍ତର କମିବାରୁ ଗତକାଲି ଗୋଟିଏ ସ୍ଲୁଇସ ଗେଟ ବନ୍ଦ କରାଯିବା ପରେ ଆଜି ଏହାର ସମସ୍ତ ଗେଟ ବନ୍ଦ କରାଯାଇଛି ।