ଜାନୁଆରୀ ୧୦ରୁ ବନ୍ଦ ରହିବ ସମସ୍ତ କଲେଜ ଓ ବିଶ୍ୱବିଦ୍ୟାଳୟ

ଭୁବନେଶ୍ୱର: ରାଜ୍ୟରେ କରୋନା ସଂକ୍ରମଣ ବଢ଼ୁଥିବାରୁ କଟକଣା କଡ଼ା କଲେ ସରକାର । ଆସନ୍ତା ୧୦ରୁ ରାଜ୍ୟର ସମସ୍ତ କଲେଜ, ବିଶ୍ୱବିଦ୍ୟାଳୟ ବନ୍ଦ ରହିବ । କେବଳ ମେଡ଼ିକାଲ କଲେଜ, ନର୍ସିିଂ କଲେଜ ଖୋଲା ରହିବ । ଏସଆରସିଙ୍କି ପକ୍ଷରୁ ଏହି ନିର୍ଦ୍ଦେଶାନାମା ଜାରି କରାଯାଇଛି । ରାଜ୍ୟରେ ଥିବା ସମସ୍ତ ବୈଷୟିକ ଶିକ୍ଷାନୁଷ୍ଠାନ ମଧ୍ୟ ଆସନ୍ତା ୧୦ରୁ ବନ୍ଦ ରହିବ । ସବୁ କଲେଜ ଓ ୟୁନଭର୍ସିଟି ବନ୍ଦ ରହିଥିବାବେଳେ ଅନଲାଇନରେ କିନ୍ତୁ ଜାରି ରହିବ ପାଠପଢ଼ା । ସେହିପରି କୋଚିଂ ସେଣ୍ଟର ବି ଜାନୁଆରୀ ୧୦ରୁ ବନ୍ଦ ରହିବ ବୋଲି ଏସଆରସି ସୂଚନା ଦେଇଛନ୍ତି ।