ଭୁବନେଶ୍ୱର : ଆସନ୍ତା କାଲି ହନୁମାନ ଜୟନ୍ତୀ । ଏହି ଅବସରରେ ଆଇନ ଶୃଙ୍ଖଳାକୁ କଡକଡି କରାଯାଇଛି । ଏନେଇ ସାମ୍ବାଦିକ ସମ୍ମିଳନୀ କରି ସୂଚନା ଦେଇଛନ୍ତି ଏଡିଜି । ସେ କହିଛନ୍ତି ପଶ୍ଚିମ, ପୂର୍ବ ଓ ଉତ୍ତର ଓଡିଶାରେ ଏହି ପର୍ବ ପାଳନ କରାଯାଏ । 9 ଟି ଜିଲ୍ଲା ପାଇଁ ସମସ୍ତ ବ୍ୟବସ୍ଥା କରାଜାଇଛି ।

ରାଜ୍ୟର ବିଭିନ୍ନ ସ୍ଥାନରେ ଏହା ପାଳନ କରାଯାଏ । ଆଜି ଏକ ବୈଠକ ଅନୁଷ୍ଠିତ ହୋଇଥିଲା । ମୁଖ୍ୟ ଶାସନ ସଚିବ, ଡିଜି, ଜିଲ୍ଲା ଏସପି, ଜିଲ୍ଲାପାଳ, ବରିଷ୍ଠ ପୋଲିସ ଅଧିକାରୀ ଉପସ୍ଥିତ ଥିଲେ । 7 କମ୍ପାନୀ CSPF ଅଛନ୍ତି. ତିନୋଟି କମ୍ପାନୀ RAPF ମୁତୟନ । 200ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ ହେବେ । 650 ସିସିଟିଭି କ୍ୟାମେରା ଲାଗିଛି । 50ଟି ଦ୍ରୋନ ଲାଗିଛି । ସବୁ ଜିଲ୍ଲା ରେ କଣ୍ଟ୍ରୋଲ ରୁମ ଖୋଲା ଯାଇଛି । ସମ୍ବଲପୁରରେ 20 ଟି ଅତିରିକ୍ତ ଗାଡି ଦିଆଯାଇଛି ।

ଗାଡି ରେ 360କ୍ୟାମେରା ଲାଗିଛି । ସେସବୁ ଗାଡି ସହର ରେ ବୁଲିବ । ସମ୍ବେଦନଶୀଳ ସ୍ଥାନ ମାନଙ୍କରେ ପୋଲିସ ବ୍ୟାରିକେଡ଼ କରାଯାଇଛି । ହିଟୱେଭ ପାଇଁ ପାଣି, ମେଡିକାଲ ଫେସିଲିଟି କରାଯିବା । ଅପରାଧୀଙ୍କ କାର୍ଯ୍ୟକଳାପ ଉପରେ ପୋଲିସ ନଜର ରଖିବ । ସୋସିଆଲ ମିଡିଆରେ ଉପରେ ନଜର ରଖାଯାଇଛି ।

ସମ୍ବଲପୁରରେ ବଡ଼ ବଡ଼ LCD ଲାଗିଛି । ସିସିଟିଭି ଓ ଦ୍ରୋନ ସହ LCD ଯୋଡି ହୋଇକି ରହିଛି । ଯାହା ଫଳରେ ସବୁ ଲାଇଭ ଦେଖିହବ । କାଲି ସକାଳୁ ଫୋର୍ସ ସବୁଠି ମୁତୟନ ହୋଇଯିବେ । ପ୍ରୋସେସନ ଉପରେ ପୋଲିସ ନଜର ରଖିବ. ସାଦା ପୋଷଦ ଧାରୀ ପୋଲିସ ନଜର ରଖାଯିବ । ସୋସିଆଲ ମିଡିଆ ଉପରେ ପୋଲିସ ନଜର ରଖିଛି । ଯେଉଁମାନେ ରିୟୁମର କରିବେ ସେମାନଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବ ପୋଲିସ ।