ସ୍ୱାଧୀନତା ଦିବସରେ ରାଜଧାନୀକୁ ଡ୍ରୋନ୍ ଆଟାକ ସମ୍ଭାବନା , ସୁରକ୍ଷାକର୍ମୀଙ୍କୁ ସତର୍କ କଲା ଗୁଇନ୍ଦା ବିଭାଗ
ସ୍ୱାଧୀନତା ଦିବସରେ ରାଜଧାନୀକୁ ଡ୍ରୋନ୍ ଆଟାକ ଆତଙ୍କ । ଏନେଇ ସୁରକ୍ଷାକର୍ମୀଙ୍କୁ ସତର୍କ କରାଯାଇଛି।
(ଦିଲ୍ଲୀ) : ସ୍ୱାଧୀନତା ଦିବସରେ ରାଜଧାନୀକୁ ଡ୍ରୋନ୍ ଆଟାକ ଆତଙ୍କ । ଏନେଇ ସୁରକ୍ଷାକର୍ମୀଙ୍କୁ ସତର୍କ କରାଯାଇଛି। ସ୍ୱାଧୀନତା ଦିବସରେ ରାଜଧାନୀ ଦିଲ୍ଲୀରେ ଡ୍ରୋନ ଆଟାକ ଆଶଙ୍କା ରହିଛି ବୋଲି ଗୁଇନ୍ଦା ପକ୍ଷରୁ ସୂଚନା ମିଳିଛି। ଏହାପରେ ଦିଲ୍ଲୀ ସୁରକ୍ଷାକର୍ମୀଙ୍କୁ ସତର୍କ କରାଯାଇଛି।
ସୂଚନାନୁଯାୟୀ , ଗୁଇନ୍ଦା ସୂତ୍ରରୁ ମିଳିଥିବା ଖବର ଅନୁସାରେ, ପାକିସ୍ତାନର କିଛି ଆତଙ୍କବାଦୀ ସଂଗଠନ ସ୍ୱାଧୀନତା ଦିବସରେ ଦିଲ୍ଲୀରେ ଡ୍ରୋନ୍ ଆଟାକ୍ କରିବାକୁ ଷଡ଼ଯନ୍ତ୍ର କରୁଛନ୍ତି। ଅଗଷ୍ଟ ୫ ତାରିଖ ଦିନ ଆତଙ୍କବାଦୀମାନେ ଦିଲ୍ଲୀରେ ଡ୍ରୋନ୍ ଆକ୍ରମଣ କରିବାକୁ ଯୋଜନା କୁରଛନ୍ତି ବୋଲି ଗୁଇନ୍ଦା ସଂସ୍ଥା ସୂଚନା ଦେଇଛି। କାରଣ ଏହି ଦିନ ଜାମ୍ମୁ-କାଶ୍ମୀର ସ୍ୱତନ୍ତ୍ର ରାଜ୍ୟମାନ୍ୟତା ହଟାଇ ନିଆଯାଇଥିଲା। ଏନେଇ ଦିଲ୍ଲୀ ପୁଲିସକୁ ସତର୍କ କରିଛି ଗୁଇନ୍ଦା ସଂସ୍ଥା। ସେହିପରି ଚଳିତ ବର୍ଷ ଲାଲକିଲ୍ଲାରେ ୪ଟି ଆଣ୍ଟି ଡ୍ରୋନ ସିଷ୍ଟମ ଲଗାଯାଇଛି। ଗତବର୍ଷ ଏଠାରେ ଦୁଇଟି ଆଣ୍ଟିଡ୍ରୋନ ସିଷ୍ଟମ ଲଗାଯାଇଥିଲା। ଅନ୍ୟପଟେ ଜୁଲାଇ ୨୧ରୁ ଅଗଷ୍ଟ ୧୫ ତାରିଖ ପର୍ଯ୍ୟନ୍ତ ଲାଲକିଲ୍ଲା ଭିତରକୁ ପ୍ରେବେଶ ନିଷେଧ କରିଛି ଭାରତୀୟ ପ୍ରତ୍ନତାତ୍ତ୍ୱିକ ସର୍ଭେକ୍ଷଣ ବିଭାଗ।