ଚୋରଙ୍କ ପାଇଁ ଆଲାରାମ ଡିଭାଇସ

କଟକ: ସଟର ତାଡ଼ି ଚୋରି କରୁଥିବା ଚୋରଙ୍କ ପାଇଁ ସତର୍କ ଘଣ୍ଟି । ଏଣିକି ସିସିଟିଭି ନୁହେଁ ଦୋକାନ ଚୋରକୁ ଧରିବ ଆଲାରାମ ଡିଭାଇସ୍ । ଦୋକାନ ସଟର ତାଡ଼ିଲେ ବା କାଟିଲେ ବାଜିବ ଆଲାରାମ ଡିଭାଇସ୍ । ଏହି ଡିଭାଇସ୍ ଏବେ ବଜାରରେ ପ୍ରବେଶ କରିଛି । ଯାହା ଚୋର ଧରିବାରେ ବେଶ ସହାୟକ ହେବ ଏବଂ ଚୋରିରେ ଲାଗିବ ବ୍ରେକ । ଯଦି ଚୋର ଚୋରି ପାଇଁ ଦୋକାନର ସଟର କାଟୁଥାଏ କି ତାଡୁଥାଏ ତାହାଲେ ସେହି ସମୟରେ ତୁରନ୍ତ ବାଜିବ ଏହି ଆଲାରାମ ଡିଭାଇସ୍ । ଏହି ଆଲାରାମର ଶବ୍ଦ ଠିକ୍ ୧୧୦ ଡେଶିବାଲାର ସାଇରନ ଭଳି । ଏହି ଡିଭାଇସ୍ରେ ରହିଛି ସମସ୍ତ ଅତ୍ୟାଧୁନିକ ବ୍ୟବସ୍ଥା । ଏହି ଆଲାରାମ ଡିଭାଇସ୍ରେ ପଡ଼ିବ ମୋବାଇଲ ସିମ । ସିମ୍ ପଡ଼ିବାର ଅର୍ଥାତ୍ କେଉଁ ଯାଗାରେ ଏହି ଚୋରି ହେଉଛି ତାହାର ପ୍ରଥମ କଲ୍ ଯିବ ଦୋକାନର ମାଲିକ ପାଖକୁ । ସେତିକି ନୁହେଁ ଏହି ଆଲାରାମ ଡିଭାଇଜରେ ଲାଗିଥିବା ସିମରେ ରହିବ ୨ଜଣ ୟୁଜରଙ୍କ ନାମ ଏବଂ ନମ୍ବର । ପ୍ରଥମ ୟୁଜର ଏହି ଫୋନ କଲ୍ ରିସିଭ କରିବାପରେ ତୁରନ୍ତ କଲ ଯିବ ଦ୍ୱିତୀୟ ୟୁଜରଙ୍କ ପାଖକୁ । ଏଭଳି ୫ଜଣ ୟୁଜରଙ୍କ ନମ୍ବର ରହିବ ଏହି ଆଲାରାମ ଡିଭାଇଜ ସିମରେ । ଯେତେ ପର୍ଯ୍ୟନ୍ତ ଏହି କଲକୁ ୟୁଜରମାନେ ରିସିଭ ନକରିଥିବେ ସେତେ ପର୍ଯ୍ୟନ୍ତ ସେମାନଙ୍କ ଫୋନରେ ବାଜୁଥିବା ଏହି କଲ୍ । ଆଉ ମାଲିକ ସହିତ ୫ ଜଣଙ୍କ ପାଖକୁ ଯିବ ମେସେଜ । ମାତ୍ର ୨ ରୁ ୩ ଘଣ୍ଟା ଚାର୍ଜ କରି ସପ୍ତାହ ପର୍ୟ୍ୟନ୍ତ ଚାଲିପାରିବ ଏହି ଡିଭାଇସ। ସଚେତନ କରିବ ମାଲିକଙ୍କୁ । ସିସିଟିଭି ଚୋରି ପରବର୍ତ୍ତୀ ଦୃଶ୍ୟ ଦେଉଥିବା ବେଳେ ଏହି ନୂଆ ଡିଭାଇସ ଚୋରି ପୂର୍ବରୁ ଦୋକାନକୁ ଦେବ ସୁରକ୍ଷା ।
ତେବେ ଏଭଳି ଆଲାରମ ଡିଭାଇ ଆଗରୁ ବଡବଡ ବ୍ୟାଙ୍କରେ ଲାଗୁଥିଲା । ଯାହା ହେଡ ଅଫିସ ଦ୍ୱାରା ମନିଟର ହେବ ସହିତ ବ୍ୟୟ ବହୁଳ ଥିଲା । ଛୋଟ ଛୋଟ ଦୋକାନୀ ଏହାକୁ ନିଜ ପାଇଁ ଲଗାଇ ପାରୁନଥିଲେ ।ତେବେ ସେହି ସବୁ ସୁବିଧା ଥାଇ ଏହା ମାତ୍ର ୨ ହଜାରରୁ ୫ ହଜାର ଟଙ୍କା ଭିତରେ ଲଗାଯାଇପାରୁଛି ବୋଲି କହିଛନ୍ତି ସହରରେ ବ୍ୟବସାୟମାନେ । କେବଳ କଟକ ନୁହେଁ ଭୁବନେଶ୍ଵର ଭଳି ବିଭିନ୍ନ ବଡ଼ ବଡ଼ ସହରରେ ବ୍ୟବସାୟୀ ମାନେ ଏହି ଡିଭାଇଜକୁ ଗ୍ରହଣ କରୁଛନ୍ତି । ମୋବାଇଲକୁ ଫୋନ ଓ ମେସେଜ ଯିବା ଦ୍ୱାରା ଚୋରି ପୂର୍ବରୁ ସତର୍କ କରାଉଥିବାରୁ ଏହି ଡିଭାଇଜ ସିସିଟିଭି ଠାରୁ ବି ଅଧିକ ଗୁରୁତ୍ୱପୂର୍ଣ୍ଣ ବୋଲି କହିଛନ୍ତି କଟକର ଜନୈକ ବ୍ୟବସାୟୀ ସତ୍ୟାର୍ଥ ଶର୍ମା । ଏହି ନୂଆ ଡିଭାଇଜକୁ ନେଇ ବ୍ୟବସାୟୀଙ୍କ ଭିତରେ ଖୁସି ଦେଖିବାକୁ ମିଳିଥିଲା ବେଳେ ଏବେ ତାଙ୍କ ଦୋକାନ ବି ସୁରକ୍ଷା ରହିବ ବୋଲି କହିଛନ୍ତି ଅନେକ ବ୍ୟବସାୟୀ ।