ବ୍ରହ୍ମପୁର ସହରରେ ବିମାନ ବନ୍ଦର ପ୍ରତିଷ୍ଠା ନିମନ୍ତେ ବାଲୁକା ଶିଳ୍ପୀଙ୍କ କଳା ମାଧ୍ୟମରେ ଅନୁରୋଧ

ହିଞ୍ଜିଳିକାଟୁ/ ରଜନୀକାନ୍ତ ପାତ୍ର: ବ୍ରହ୍ମପୁର ରେ ବିମାନ ବନ୍ଦର ପ୍ରତିଷ୍ଠା ହେଲେ ଗଞ୍ଜାମ ଜିଲ୍ଲା ସହିତ ସମଗ୍ର ଦକ୍ଷିଣ ଓଡ଼ିଶାର ବିକାଶ ହେବ ଓ ଭାଗ୍ୟ ପରିବର୍ତ୍ତନ ହେବ । ବିମାନ ବନ୍ଦର ଯୋଗୁଁ ନୂତନ ଶିଳ୍ପ, ହସ୍ପିଟାଲ୍, ଶିକ୍ଷାନୁଷ୍ଠାନ ଓ ପର୍ୟ୍ୟଟନଶିଳ୍ପ ଗଞ୍ଜାମ ଜିଲ୍ଲା ଓ ଦକ୍ଷିଣ ଓଡ଼ିଶା ରେ ଖୋଲିବା ପାଇଁ ବାଟ ଫିଟିବ । ବାହର ଦେଶକୁ ଆମ ପାଟ-ଶାଢ଼ୀ, କଳା, ହସ୍ତଶିଳ୍ପ ଓ ଖାଦ୍ୟ ପଦାର୍ଥ ରପ୍ତାନି ହୋଇ ପାରିବ। ବାହର ରାଜ୍ୟ ର ପର୍ୟ୍ୟଟକ ଗୋପାଳପୁର, ମା ତାରାତାରିଣୀ ଶକ୍ତିପୀଠ, ମା କନ୍ଧୁଣି ଦେବୀ, ମା ବୁଢୀ ଠାକୁରାଣୀ, ଦାରିଙ୍ଗିବାଡ଼ି, ଜିରାଙ୍ଗ, ତପ୍ତପାଣି ଓ ଚିଲିକା ଭଳି ଅନେକ ସ୍ଥାନକୁ ସହଜ ରେ ପହଞ୍ଚି ପାରିବେ।