ଭାରତୀୟ ବାୟୁସେନା ବର୍ତ୍ତମାନ ପର୍ଯ୍ୟନ୍ତର ସବୁଠାରୁ ବଡ ସୈନ୍ୟ ଅଭ୍ୟାସ କରିବାକୁ ଯାଉଛି । ଏହାର ନାମ ରଖାଯାଇଛି ତରଙ୍ଗ ଶକ୍ତି । ଏହି ଯୁଦ୍ଧାଭ୍ୟାସରେ ଦୁନିଆର ୧୦ଟି ରାଷ୍ଟ୍ର ଭାଗନେବେ ଓ ୧୮ ଦେଶର ବାୟୁସେନା ପର୍ଯ୍ୟବେକ୍ଷକ ରୂପେ ସାମିଲ ହେବେ । ଏହି ଯୁଦ୍ଧାଭ୍ୟାସ ଦୁଇଟି ପର୍ଯ୍ୟାୟରେ ହେବ । ପ୍ରଥମ ପର୍ଯ୍ୟାୟ ୬ ଅଗଷ୍ଟରୁ ୧୪ ଅଗଷ୍ଟ ଓ ଦ୍ୱିତୀୟ ଚରଣ ୨୯ରୁ ୧୨ ସେପ୍ଟେମ୍ବର ଚାଲିବ । ପ୍ରଥମ ଚରଣରେ ତାମିଲନାଡୁର ସୁଲୁର ଓ ଦ୍ୱିତୀୟ ପର୍ଯ୍ୟାୟରେ ରାଜସ୍ଥାନର ଯୋଧପୁରରେ ଅଭ୍ୟାସ ଶିବିର ଆୟୋଜିତ ହେବ । ଏଥିରେ ବାୟୁ ସେନାର ୭୫-ରୁ ୮୦ ଯୁଦ୍ଧ ବିମାନ ଭାଗ ନେବ । ଏଥିରେ ଅନ୍ୟ ଦେଶ ଭିତରେ ଆମେରିକା, ଅଷ୍ଟ୍ରେଲିଆ, ଜର୍ମାନ, ଫ୍ରାନ୍ସ, ବ୍ରିଟେନ, ସ୍ପେନ ପରି ଦେଶର ବିମାନ ଅଂଶଗ୍ରହଣ କରିବେ ।
ଏହି ଅଭ୍ୟାସ ଶିବିରରେ ୟୁଏଇ, ସିଙ୍ଗାପୁର, ଗ୍ରୀସ, ବାଙ୍ଗଲାଦେଶର ବାୟୁସେନା ମଧ୍ୟ ଭାଗ ନେବେ । ହେଲେ ଏହି ଅଭ୍ୟାସ ଶିବିରରେ ଭାରତର ଦୁଇ ଭାଗିଦାରୀ ରାଷ୍ଠ୍ର ରୁଷ ଓ ଇଜରାଏଲ ଭାଗ ନେବେନାହିଁ । କାରଣ ରୁଷ ୟୁକ୍ରେନ ସହ ଓ ଇଜରାଏଲ ହମାସ ସହ ଯୁଦ୍ଧ କରୁଛନ୍ତି । ବାୟୁ ସେନା ପକ୍ଷରୁ ଆୟୋଜିତ ଏହି ଯୁଦ୍ଧାଭ୍ୟାସର ଲକ୍ଷ୍ୟ ନିଜ ବିଶ୍ୱାସ ବୃଦ୍ଧି, ପରସ୍ପର ମଧ୍ୟରେ ତାଳମେଳ ରକ୍ଷା ଓ ଅନ୍ୟର ଜ୍ଞାନ କୌଶଳ ଶିକ୍ଷା କରିବା । ଏହା ଦେଶ ଦେଶ ମଧ୍ୟରେ ସମ୍ପର୍କକୁ ଆହୁରି ସୁଦୃଢ କରିବା ହେଉଛି ମୁଖ୍ୟ ଉଦ୍ଦେଶ୍ୟ ।