୨୦ ଦିନ ମଧ୍ୟରେ ଦୁଇଟି ଗ୍ରାମରେ ୬୪ଙ୍କ କରୋନାରେ ମୃତ

ଆଗ୍ରାରୁ ଏକ ଚିନ୍ତା ଜନକ ଘଟଣା ସାମ୍ନାକୁ ଆସିଛି। ଆଗ୍ରାର ଦୁଇଟି ଗ୍ରାମରେ ୨୦ ଦିନ ମଧ୍ୟରେ ୬୪ ଜଣ ଲୋକଙ୍କ ମୃତ୍ୟୁ

(ଉତ୍ତର ପ୍ରଦେଶ) : ଉତ୍ତର ପ୍ରଦେଶରେ କରୋନା ସ୍ଥିତି ସଙ୍ଗୀନ ହୋଇପଡିଥିବା ବେଳେ ରାଜ୍ୟରେ ଦିନକୁ ଦିନ ହୁ ହୁ ହୋଇ ବଢୁଛି କରୋନା ସଂକ୍ରମିତଙ୍କ ସଂଖ୍ୟା। ଏହି ମଧ୍ୟରେ ଆଗ୍ରାରୁ ଏକ ଚିନ୍ତା ଜନକ ଘଟଣା ସାମ୍ନାକୁ ଆସିଛି। ଆଗ୍ରାର ଦୁଇଟି ଗ୍ରାମରେ ୨୦ ଦିନ ମଧ୍ୟରେ ୬୪ ଜଣ ଲୋକଙ୍କ ମୃତ୍ୟୁ ଘଟିଛି।

ସୂଚନାନୁଯାୟୀ , ଆଗ୍ରା ଠାରୁ ୪୦ କି.ମି ଦୂରରେ ଥିବା ଏତ୍ମାଦପୁରର କୁରଗଂୱା ଗ୍ରାମରେ ଗତ ୨୦ ଦିନ ମଧ୍ୟରେ ୧୪ ଜଣଙ୍କ ମୃତ୍ୟୁ ଘଟିଛି। ଗ୍ରାମବାସୀଙ୍କ କହିବା ଅନୁଯାୟୀ, ଥଣ୍ଡା-କାଶ ଓ ନିଃଶ୍ଵାସ ନେବାରେ ଅସୁବିଧା ହେବାରୁ ଏହି ଲୋକଙ୍କର ମୃତ୍ୟୁ ଘଟିଛି। ଅପର ପକ୍ଷରେ ଆଗ୍ରାର ଆଉ ଏକ ଗାଁ ବମରୌଲି କଟାରାରେ ଗତ ୨୦ ଦିନ ମଧ୍ୟରେ ପ୍ରାୟ ୫୦ ଜଣଙ୍କ ମୃତ୍ୟୁ ଘଟିଛି।