ଫିରିଙ୍ଗିଆ : ଫୁଲବାଣୀ ଜିଲ୍ଲାର ଫିରିଙ୍ଗିଆ ଥାନାରେ ନିଆଁ ଲଗାଇଲେ ଉତ୍ୟକ୍ତ ଲୋକେ | ଜବତ ହୋଇଥିବା ଗଞ୍ଜେଇକୁ ଫିରିଙ୍ଗିଆ ଥାନାର ଆଇଆଇସି ବିକ୍ରି କରୁଥିବା ଅଭିଯୋଗରେ ଉତ୍ୟକ୍ତ ଲୋକେ ଆଜି ଥାନାରେ ନିଆଁ ଲଗାଇଦେଇଛନ୍ତି ।
ସୂଚନା ଅନୁସାରେ ଗତ ୩ତାରିଖ ସକାଳ ୩ଟା ସମୟରେ ଫିରିଙ୍ଗିଆ ଥାନା ପୋଲିସ ଜବତ ଗଞ୍ଜେଇକୁ ବିକ୍ରି କରିବାକୁ ନେବାବେଳେ ଫିରିଙ୍ଗିଆ ସରପଞ୍ଚ ଓ ପୂର୍ବତନ ସରପଞ୍ଚଙ୍କ ସମେତ ଅଞ୍ଚଳବାସୀ ପୋଲିସ ଗାଡ଼ି ଅଟକାଇ ଗାଡ଼ିରୁ ଗଞ୍ଜେଇ ଜବତ କରିଥିଲେ। ପୋଲିସ ନିଜେ ଜବତ କରିଥିବା ଗଞ୍ଜେଇକୁ ବିକ୍ରି କରିବାକୁ ନେଉଥିବା ଜାଣିପାରିଥିଲେ ଗ୍ରାମବାସୀ । ଏହାର ପ୍ରତିବାଦରେ ଆଜି ଅଞ୍ଚଳବାସୀ ଫିରିଙ୍ଗିଆ ବ୍ଲକ ଛକରେ କାଠ ଗଣ୍ଡି ପକାଇ ବ୍ୟାରିକେଟ କରି ରାସ୍ତାରୋକ କରିଥିଲେ | ଏହି ରାସ୍ତା ରୋକ ଭିତରେ ଉତ୍ୟକ୍ତ ହୋଇ ଫିରିଙ୍ଗିଆ ଥାନାରେ ନିଆଁ ଲଗାଇ ଦେଇଛନ୍ତି ଲୋକେ |