ରାଜଧାନୀର ବିଭିନ୍ନ ବ୍ୟାଙ୍କ ମାନଙ୍କରେ ଆକାଉଣ୍ଟ ଖୋଲାଯାଇ ହେଉଥିବା ଅପବ୍ୟବହାରକୁ ବନ୍ଦ କରିବା ଉଦ୍ଦେଶ୍ୟରେ ଗତ କିଛିଦିନ ଧରି ଅପରେସନ ସାଇବର କବଚ ମାଧ୍ୟମରେ ଚାଲିଛି ଧରପଗଡ ଅଭିଯାନ । ଅପରେସନ ଜରିଆରେ ମ୍ୟୁଲ ଆକାଉଣ୍ଟ ଖୋଲିବା ଅଭିଯୋଗରେ କ୍ୟାପିଟାଲ ଥାନା ପୋଲିସ ୩ ଭାଇଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି । ସେମାନେ ହେଲେ କ୍ରୀଷ୍ଣା ନାୟକ, ମହେନ୍ଦ୍ର ନାୟକ ଓ ଟୁକୁନା ନାୟକ । ସେମାନଙ୍କ ଠାରୁ ପୋଲିସ ୮ଟି ପାସବୁକ୍, ଏଟିଏମ ଏବଂ ଫୋନ୍ ଜବତ କରିଛି ।

ଆକାଉଣ୍ଟ ଖୋଲିଲେ ତିନି ଠକଙ୍କ ମିଳୁଥିଲା କମିଶନ । ଏମାନେ ଭଗବତୀ ବସ୍ତି ଓ ଆଖପାଖ ଅଞ୍ଚଳରେ ଲୋନ କରେଇ ଦେବାକୁ କହି ଆକାଉଣ୍ଟ ଖୋଲୁ ଥିଲେ ଏବଂ ମାସକୁ ଲୋକ ମାନଙ୍କୁ ୨ ହଜାର ଟଙ୍କା ଦେବାକୁ କହିଥିଲେ । ଅକାଉଣ୍ଟ ଖୋଲିବା ଅଭିଯୁକ୍ତ ମାନେ ସାଇବର ଠକକୁ ଡାଟା ଦେଉଥିଲେ । ଆଉ ଟଙ୍କା ମ୍ୟୁଲ ଅକାଉଣ୍ଟାକୁ ଆସିବା ପରେ ଟଙ୍କା ଉଠାଉଥିଲେ ଏହି ୩ ଏଜେଣ୍ଟ ।