ଅପହରଣ ପରେ ହତ୍ୟା , ଜଣଙ୍କୁ ଗିରଫ କରିଛି ପୋଲିସ

ଅନୁଗୁଳ / ଜ୍ୟୋତିରଞ୍ଜନ ଧର: ଅନୁଗୁଳ ଜିଲ୍ଲାରୁ ଅପହରଣ ପରେ ମୋଟଙ୍ଗା ଥାନା ଅଞ୍ଚଳର ଏକ ପୋଖରୀରୁ ହାତ  ଗୋଡ ବନ୍ଧା ଅବସ୍ଥାରେ ମୃତଦେହ ଉଦ୍ଧାର ଘଟଣାର ଖିଅ ପାଇଛି ଜରପଡା ଥାନା ପୋଲିସ ସମ୍ପର୍କୀୟ ଝିଆରୀକୁ ପ୍ରେମ କରିବା ଯୋଗୁଁ ବିକାଶକୁ ହତ୍ୟା କରାଯାଇଥିଲା ଘଟଣାରେ ଜଣଙ୍କୁ ଗିରଫ କରିଥିବା ବେଳେ ଏବେ ବି ଜଣ ଫେରାର ଥିବା ପୋଲିସ ସୂଚନା ଦେଇଛି ସୂଚନା ଅନୁସାରେ ଅନୁଗୁଳ ଜିଲ୍ଲା ଜରପଡା ଥାନାରେ ଗତ ୨୬ ନଭେମ୍ବରରେ ସଂଧ୍ୟାରେ କୋରଡ଼ା ଗ୍ରାମର ବିକାଶ ବେହେରାଙ୍କୁ ଅପହରଣ ହୋଇଥିବା ନେଇ ଅଭିଯୋଗ ହୋଇଥିଲା l ଏନେଇ ଜରପଡା ଥାନା କେସ ନଂ୩୯୧/୨୩ରେ ପୋଲିସ ଏକ ମାମଲା ରୁଜୁ କରିବା ସହିତ ତଦନ୍ତ କରିଥିଲା ଅନୁଗୁଳ ଏସପିଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ଘଟଣାର ତଦନ୍ତ କରିବା ସହିତ ଜଣଙ୍କୁ ଗିରଫ କରିଥିଲା l ଗିରଫ ଯୁବକ ଜଣଙ୍କ ହେଲେ କଣିହାଁ ଥାନା ଜାମ୍ବୁଯୋଡି ଗ୍ରାମର ନିର୍ମଳ ପ୍ରଧାନଙ୍କ ପୁଅ ମାମୁଲି ଓରଫ ସଞ୍ଜିଲ ପ୍ରଧାନ (୨୬) l ଏହି ଘଟଣାରେ ଆହୁରି ଯୁବକଙ୍କର ସମ୍ପୃକ୍ତି ରହିଥିବା ପୁଲିସ କହିଛି ପୁଲିସ କହିବା ଅନୁସାରେ ଗତ ନଭେମ୍ବର ୨୬ତାରିଖ ରାତି ୮ଟା ବେଳେ କୋରଡ଼ା ଗ୍ରାମର ବିକାଶ ବେହେରା କୋରଡ଼ା ଗାଁ ପାଣି ଟାଙ୍କି ନିକଟରେ ଫୋନରେ କଥା ହେଉଥିବା ବେଳେ କଣିହାଁ ଥାନା ଜାମ୍ବୁଯୋଡି ଗ୍ରାମର ସଂଜିଲ ପ୍ରଧାନ ତାଙ୍କ ସହଯୋଗୀ ମାନେ ବିକାଶ ବେହେରାଙ୍କୁ ବୋଲେରୋ ଗାଡ଼ିରେ ଅପହରଣ କରି ନେଇଥିଲେ l ଏହାପରେ ସେମାନେ କୋଶଳା କୁମୁଣ୍ଡା ରାସ୍ତା ଦେଇ କଣିହାଁ ଥାନା ସୀମାନ୍ତ ଵାରିହାପୁର ଜଙ୍ଗଲକୁ ନେଇ ସେଠାରେ ଏକ ଦଉଡି ସାହାଯ୍ୟରେ ବିକାଶର ଗଳା ଚିପି ହତ୍ୟା କରିଥିଲେ l ହତ୍ୟା ପରେ ସେମାନେ ପ୍ରମାଣ ନଷ୍ଟ କରିବା ଉଦ୍ଦେଶ୍ୟରେ ମୃତ ଦେହକୁ ଢେଙ୍କାନାଳ ଜିଲ୍ଲା ମୋଟଙ୍ଗା ଥାନା ଘୋଡ଼ାଡ଼ିଆଁ ଗ୍ରାମକୁ ନେଇ ସେଠାରେ ଥିବା ଗଭୀରଆମ୍ବ ବନ୍ଧରେ ମୃତ ବିକାଶଙ୍କ ଦେହରେ ପଥର ବାନ୍ଧି ପକାଇ ଦେଇଥିଲେ l ଏହି ଘଟଣାରେ ପୋଲିସ ଛନଭିନ କରି କଣିହାଁ ଥାନା ମାମୁଲି ଓରଫ ସଂଜିଲ ପ୍ରଧାନକୁ ଗିରଫ କରିଥିଲା l ଗିରଫ ପରେ ସଞ୍ଜିଲ ପୋଲିସ ଆଗରେ ମୃତ ବିକାଶ ବେହେରା ହତ୍ୟା ଅଭିଯୁକ୍ତ ସଂଜିଲଙ୍କ ଜଣେ ସହଯୋଗୀଙ୍କ ଝିଆରୀଙ୍କ ସହିତ ପ୍ରେମ ସମ୍ପର୍କ ରଖିଥିଲେ l ଏହି ଘଟଣାକୁ ସଂଜିଲଙ୍କ ଅନ୍ୟ ସହଯୋଗୀ ମାନେ ଷଡଯନ୍ତ୍ର କରିଥିଲେ l ସେହି ଯୋଜନା ଅନୁଯାୟୀ ସେମାନେ ବୋଲେରୋ ନେଇ ଜଙ୍ଗଲ ଭିତରେ ହତ୍ୟା କରିଥିଲେ ଏବଂ ଏନେଇ ଆର୍ଥିକ ସହାୟତା ମିଳବ ବୋଲି ସ୍ୱୀକାର କରିଥିଲା ଏହା ଜାଣିବା ପରେ ପୋଲିସ ସଞ୍ଜିଲକୁ ଗିରଫ କରି କୋର୍ଟ ଚାଲାଣ କରାଯାଇଛି l ପୋଲିସ ଏହି ଘଟଣାରେ ହତ୍ୟାରେ ବ୍ୟବହୃତ ଏକ ମୋଟର ସାଇକେଲ, ହତ୍ୟାରେ ବ୍ୟବହୃତ ହୋଇଥିବା ପଥର ଦଉଡିକୁ ଜବତ କରାଯାଇଛି l ଅନ୍ୟ ଅଭିଯୁକ୍ତ ମାନଙ୍କୁ ଧରିବା ପାଇଁ ଅନୁଗୁଳ ପୋଲିସ ଉଦ୍ୟମ ଜାରି ରଖିଛି