ଭୁବନେଶ୍ୱର: ଆଜି ଶପଥ ନେଲେ ରାଜ୍ୟର ନୂଆ ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ପ୍ରଥମ ଥର ପାଇଁ ରାଜ୍ୟରେ ସରକାର ଗଠନ କରିଛି ବିଜେପି । ଶପଥ ପଠ ସରିବାର କେଇ କ୍ଷଣ ମଧ୍ୟରେ କାର୍ଯ୍ୟ ଦେଇଥିବା କାର୍ଯ୍ୟକରିଛନ୍ତି ସରକାର । ଏହାରି ଭିତରେ ୨୦୨୦ ମାର୍ଚ୍ଚ ମାସରୁ ସାମ୍ବାଦିକଙ୍କ ପାଇଁ ବନ୍ଦ ଥିବା ଲୋକସେବା ଭବନ ତୁରନ୍ତ ସାମ୍ବାଦିକଙ୍କ ପାଇଁ ଖୋଲାହୋଇଛି ।ଲୋକସେବା ଭବନକୁ ପ୍ରବେଶ ଅନୁମତି ମିଳିବା ପରେ ଶହ ଶହ ସାମ୍ବାଦିକ ଖୁସିମନରେ ଲୋକସେବା ଭବନ ଅଭିମୁଖେ ବାହାରିପଡିଛନ୍ତି । ପୂର୍ବ ସରକାରରେ ସାମ୍ବାଦିକଙ୍କ ପାଇଁ ଲୋକସେବା ଭବନ ବନ୍ଦ କରାଯାଇଥିବାବେଳେ ବିଜେପି ତାର ନିର୍ବାଚନୀ ଇସ୍ତାହାରରେ ସରକାରକୁ ଆସିଲେ ତୁରନ୍ତ ଲୋକସେବା ଭବନ ସାମ୍ବାଦିକଙ୍କ ପାଇଁ ଖୋଲା ହେବ ବୋଲି ପ୍ରତିଶ୍ରୁତି ଦେଇଥିଲା । ଯାହାକି ସରକାର ଗଠନ ହେବାର ଗୋଟିଏ ଘଣ୍ଟା ମଧ୍ୟରେ କାର୍ୟ୍ୟକାରୀ କରାଯାଇଛି । ତେବେ ଦୀର୍ଘ ୪ବର୍ଷ ପରେ ଲୋକସେବା ଭବନରେ ଗଣମାଧ୍ୟମ ପ୍ରତିନିଧି ପ୍ରବେଶ ପରେ ଉତ୍ସାହିତ ଅଛନ୍ତି ।