ଆଫଗାନିସ୍ତାନରେ ଭୟଙ୍କର ବନ୍ୟା, ଭାସିଗଲା ଘର ଦ୍ଵାର, ଅନେକ ଲୋକ ନିଖୋଜ

ନୂଆଦିଲ୍ଲୀ: ଆଫଗାନିସ୍ତାନରେ ଦାଉ ସାଜୁଛି ଭୟଙ୍କର ବନ୍ଯା। ଯେତେବେଳେ କିଛି ସ୍ଥାନରେ ନୂଆ ବର୍ଷ ପାଳନ କରାଯାଉଛି ବର୍ତ୍ତମାନ ଆଫଗାନିସ୍ତାନରେ ବନ୍ଯା ତାର କରାଳ ରୁପ ଦେଖାଉଛି। ଆଫଗାନିସ୍ତାନ ପୁଣିଥରେ ଏକ ପ୍ରାକୃତିକ ବିପର୍ଯ୍ୟୟର ସମ୍ମୁଖୀନ ହୋଇଛି। ପ୍ରବଳ ବର୍ଷା ଯୋଗୁଁ ଦେଶର ଅନେକ ଅଞ୍ଚଳରେ ବନ୍ୟା ଆସିଛି। ବନ୍ୟା ଯୋଗୁଁ ଏପର୍ଯ୍ୟନ୍ତ ଅତି କମରେ ୧୭ ଜଣଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ଆଫଗାନିସ୍ତାନର ଜାତୀୟ ବିପର୍ଯ୍ୟୟ ପରିଚାଳନା କର୍ତ୍ତୃପକ୍ଷଙ୍କ ଅନୁଯାୟୀ, ବିପର୍ଯ୍ୟୟରେ ୧୧ ଜଣ ଆହତ ହୋଇଥିବା ମଧ୍ୟ ଜଣାପଡ଼ିଛି। ଆଫଗାନିସ୍ତାନ ପୁଣିଥରେ ଏକ ପ୍ରାକୃତିକ ବିପର୍ଯ୍ୟୟର ସମ୍ମୁଖୀନ ହୋଇଛି। ପ୍ରବଳ ବର୍ଷା ଯୋଗୁଁ ଦେଶର ଅନେକ ଅଞ୍ଚଳରେ ବନ୍ୟା ଆସିଛି। ବନ୍ୟା ଯୋଗୁଁ ଏପର୍ଯ୍ୟନ୍ତ ଅତି କମରେ ୧୭ ଜଣଙ୍କ ମୃତ୍ୟୁ ଘଟିଥିବା ସୂଚନା ମିଳିଛି।

ଏହି ବିପର୍ଯ୍ୟୟରେ ଅନ୍ୟ ଏଗାର ଜଣ ଆହତ ହୋଇଛନ୍ତି। ଆଫଗାନିସ୍ତାନର ଜାତୀୟ ବିପର୍ଯ୍ୟୟ ପରିଚାଳନା କର୍ତ୍ତୃପକ୍ଷ ବିପର୍ଯ୍ୟୟ ବିଷୟରେ ସୂଚନା ଜାରି କରିଛନ୍ତି। ଏପରିକି ଅନେକ ଲୋକ ଏଥିରେ ହଇରାଣ ହେଉଥିବାର ଦୃଶ୍ଯ ସାମ୍ନାକୁ ଆସୁଛି। ଆଫଗାନିସ୍ତାନ ପ୍ରଶାସନ ଅଧିକାରୀଙ୍କ ଅନୁଯାୟୀ, ଦେଶରେ ପ୍ରାୟ 1,800 ପରିବାର ବନ୍ୟା ଦ୍ୱାରା ପ୍ରଭାବିତ ହୋଇଛନ୍ତି। ଏହି ବିପର୍ଯ୍ୟୟ ପୂର୍ବରୁ ଦୁର୍ବଳ ସହରାଞ୍ଚଳ ଏବଂ ଗ୍ରାମାଞ୍ଚଳ ସମ୍ପ୍ରଦାୟର ପରିସ୍ଥିତିକୁ ଆହୁରି ଖରାପ କରିଛି। ଅଧିକାରୀ ସୂଚନା ଦେଇଛନ୍ତି ଯେ ବନ୍ୟା ଦ୍ୱାରା ସର୍ବାଧିକ ପ୍ରଭାବିତ ଅଞ୍ଚଳଗୁଡ଼ିକର ମୂଲ୍ୟାଙ୍କନ ପାଇଁ ଦଳ ପଠାଯାଇଛି। ଲୋକଙ୍କ ଆବଶ୍ୟକତା ଆକଳନ କରିବା ପାଇଁ ସର୍ଭେ ମଧ୍ୟ କରାଯାଉଛି। ଏହି ସମୟରେ, ଅଧିକାରୀମାନେ ଏହା ମଧ୍ୟ କହିଛନ୍ତି ଯେ ଆଫଗାନିସ୍ତାନରେ ଋତୁର ପ୍ରଥମ ପ୍ରବଳ ବର୍ଷା ଏବଂ ତୁଷାରପାତ ଦେଶର ଦୀର୍ଘକାଳୀନ ମରୁଡ଼ିର ଅନ୍ତ କରିଛି। ତେବେ ଏଥିରେ ଅନେକ ଲୋକ ହଇରାଣ ମଧ୍ୟ ହୋଇଛନ୍ତି।