ଗୋପ/ଜୟନ୍ତ କୁମାର ସେଠୀ: ପୁରୀ ବାର ଆସୋସିଏସନର ଜଣେ ମହିଳା ଆଇନଜୀବୀଙ୍କୁ ଆକ୍ରମଣ ଘଟଣାରେ ପୋଲିସ ଅଭିଯୁକ୍ତକୁ ଏଯାଏଁ ଗିରଫ କରିନଥିବାରୁ ଏହାର ପ୍ରତିବାଦରେ ଓକିଲମାନେ କଚେରୀ ଛକରେ ଟାୟାର ଜାଳି ରାସ୍ତାରୋକ କରିଛନ୍ତି। ଫଳରେ ଦୀର୍ଘ ସମୟ ଧରି ଏହି ରାସ୍ତାରେ ଯାନବାହନ ଚଳାଚଳ ପ୍ରଭାବିତ ହୋଇଥିଲା।ଆକ୍ରମଣକାରୀଙ୍କ ବାପା,ମା ପୋଲିସରେ ଥିବାରୁ ପୋଲିସ ମାମଲା ରୁଜୁ କରି ଚୁପ ବସିଥିବା ଓକିଲ ସଂଘ ଅଭିଯୋଗ ଆଣିଛନ୍ତି।ଶୁଭେନ୍ଦୁ ବିଶ୍ୱାଳ ନାମକ ଅଭିଯୁକ୍ତ ମହିଳା ଆଇନଜୀବୀଙ୍କ ଘରେ ପଶି ମାଡ଼ ମାରିବା ସହ ଜିନିଷପତ୍ର ଫିଙ୍ଗାଫିଙ୍ଗି କରିଥିବା ଟାଉନ ଥାନାରେ ଲିଖିତ ଅଭିଯୋଗ ହୋଇଥିଲା।ଘଟଣାର ୪-୫ଦିନ ପରେ ପୋଲିସ ଅଭିଯୁକ୍ତକୁ ଗିରଫ କରିନଥିବାରୁ ଆଜି ଯୁବ ଆଇନଜୀବୀମାନେ କଚେରୀ ଛକରେ ରାସ୍ତାରୋକ କରିଥିଲେ।ଖୁବଶୀଘ୍ର ଅଭିଯୁକ୍ତକୁ ଗିରଫ କରାଯିବ ବୋଲି ସିଟି ଡିଏସପି କହିଛନ୍ତି।