( ଆଦର୍ଶ ରାଉତ) : ବଢି ଚାଲିଲା ପୁଲିସ ଓ ଓକିଲ ବିବାଦ, ନେଲା ଆନ୍ଦୋଳନ ର ରୂପ । କଟକ ରେ ଓକିଲ ଙ୍କୁ ପୋଲିସର ମାଡ ଘଟଣାକୁ ନିନ୍ଦାକରିଛି ହାଇକୋର୍ଟ ସମେତ ଅନ୍ୟ ବାରଆସୋସିଏସନ, ଏହାର ପ୍ରତିବାଦ ରେ ଆଜି ଦିନିକିଆ କର୍ଯ୍ୟବନ୍ଦ ଆନ୍ଦୋଳନ ଡାକରା ଦିଆଯାଇଛି, ହାଇକୋର୍ଟ ବାର ଆସୋସିଏସନ ନେଇଥିବା କାର୍ଯ୍ୟନୁଷ୍ଠାନ କୁ ଭୁବନେଶ୍ୱର ବାର ସମର୍ଥନ କରି ଆଜି କାର୍ଯ୍ୟ ବନ୍ଦ ଆନ୍ଦୋଳନ କରିବାସହ କଳ୍ପନା ଛକରୁ ଭୂବନେଶ୍ୱର କୋର୍ଟ ପର୍ଯ୍ୟନ୍ତ ଉଭୟ ରାସ୍ତା କୁ ଟାୟାର ଜାଳି ଅବରୋଧ ମଧ୍ୟ କରିଛନ୍ତି ।
ପରବର୍ତୀ ସମୟରେ ୩ଜଣ ପୋଲିସ ନିଲମ୍ବିତ ହୋଇଛନ୍ତି ମାତ୍ରାଧିକ କାର୍ୟ୍ୟାନୁଷ୍ଠାନ ପାଇଁ ସେମାନଙ୍କୁ ନିଲମ୍ବିତ କରାଯାଇଛି । ଏନେଇ ଏକ ପ୍ରେସମିଟରେ ଡିସିପି ଅଖିଳେଶ୍ୱର ସିଂହ ସୂଚନା ଦେଇଛନ୍ତି ଯେ ହାବିଲଦାର ପି.କେ ବେହେରା ଓ କନଷ୍ଟେବଳ ବିକେ ସାମଲ, ୟୁକେ ବେହେରାଙ୍କୁ ସସପେଣ୍ଡ କରାଯାଇଛି । ମାତ୍ରାଧିକ କାର୍ୟ୍ୟାନୁଷ୍ଠାନ ନିଆଯାଇଥିବା ଏଡିସିପି ସୂଚନା ଦେଇଛନ୍ତି । ସେହିପରି ଜଣେ ହୋମଗାର୍ଡଙ୍କୁ ମଧ୍ୟ ନୋଟିସ ଜାରି କରାଯାଇଛି । ଉତ୍ତର ପରେ କାର୍ୟ୍ୟାନୁଷ୍ଠାନ ନିଆଯିବ ବୋଲି ସେ କହିଛନ୍ତି । ସମସ୍ତ ଘଟଣାରେ ୪ଟି ମାମଲା ରୁଜୁ କରାଯାଇଛି । ଏଡିସିପିଙ୍କ ନେତୃତ୍ୱରେ କ୍ରାଇମ ଇନସପେକ୍ଟର ଏହାର ତଦନ୍ତ କରୁଛନ୍ତି ।