ଜାଲ ପ୍ରମାଣପତ୍ର ଦେଇ ୨୮ ଛାତ୍ରଛାତ୍ରୀଙ୍କ ଆଡମିଶନ୍ ରଦ୍ଦ

ଭଦ୍ରକ ମହଙ୍ଗା ପଡିଲା ଜାଲ୍ ପ୍ରମାଣପତ୍ର ଦେଇ ଆଡମିଶନ୍ । ଭଦ୍ରକ ସ୍ୱଂୟଶାସିତ ମହାବିଦ୍ୟାଳୟରେ ଜାଲ ଦିବ୍ୟାଙ୍ଗ ପ୍ରମାଣପତ୍ର ଦେଇ ନାମ ଲେଖାଇଥିବା ୨୮ ଜଣ ଛାତ୍ରଛାତ୍ରୀଙ୍କ ନାମଲେଖାକୁ ଉଚ୍ଚଶିକ୍ଷା ବିଭାଗ ରଦ୍ଦ କରିଛି । ଏନେଇ ବିଭାଗ ପକ୍ଷରୁ ମଙ୍ଗଗଳବାର ବିଜ୍ଞପ୍ତି ପ୍ରକାଶ ପାଇଥିଲା । ସମ୍ପୃକ୍ତ ଛାତ୍ରଛାତ୍ରୀଙ୍କ ନାମଲେଖାକୁ ରଦ୍ଦ କରିବା ପାଇଁ ବିଭାଗର ଉପ ନିର୍ଦ୍ଦେଶକ,ଓକାକ୍ ସାଧାରଣ ପ୍ରବଦ୍ଧକଙ୍କୁ ଚିଠି ଲେଖିଛନ୍ତି ।୨୦୧୯-୨୦ ଶିକ୍ଷା ବର୍ଷରେ ନାମ ଲେଖାଇଥିବା କଳା ବିଭାଗର ଦୁଇ ଛାତ୍ରଙ୍କ ନାମ ରଦ୍ଦ ହୋଇଥିବାବେଳେ ୨୦୨୦-୨୧ ବର୍ଷର କଳା ଓ ବିଜ୍ଞାନ ବିଭାଗର ୯ ଜଣ ଛାତ୍ରଛାତ୍ରୀଙ୍କ ଆଡମିଶନକୁ ରଦ୍ଧ କରାଯାଇଛି। ଏହାସହ ଚଳିତ ଶିକ୍ଷା ବର୍ଷରେ ନାମ ଲେଖାଇଥିବା ୧୭ ଜଣ କଳା, ବାଣିଜ୍ୟ ଓ ବିଜ୍ଞାନ ବିଭାଗର ଛାତ୍ରଛାତ୍ରୀଙ୍କ ନାମଲେଖା ବିଭାଗ ରଦ୍ଦ କରିଛି।