ରାଜଧାନୀରେ ବ୍ୟକ୍ତିଙ୍କୁ ଅପହରଣ ଅଭିଯୋଗ : ସ୍ୱାମୀକୁ ଅପହରଣ କରି ୫ ଲକ୍ଷରେ ମୁଣ୍ଡ ଜାମିନ ରଖିଲେ ଦୁର୍ବୁତ୍ତ

ଭୁବନେଶ୍ୱର:ରାଜଧାନୀରେ ବ୍ୟକ୍ତିଙ୍କୁ ଅପହରଣ ଅଭିଯୋଗ  ସ୍ୱାମୀକୁ ଅପହରଣ କରି ୫ ଲକ୍ଷ ରେ ମୁଣ୍ଡ ଜାମିନ ରଖିଲେ ଦୁର୍ବୁତ୍ତ । ୫ ଲକ୍ଷ ନଦେଲେ ମନୋଜ ସେଠି ଙ୍କୁ ଜୀବନରୁ ମାରିଦେବାକୁ ସ୍ତ୍ରୀ କୁ ଫୋନ କରି ଧମକାଇଲେ ଦୁର୍ବୁତ୍ତ ।କାମ ଦେବା ପାଇଁ ଡାକି କାର ରେ କଲେ ଅପହରଣ । ସୈନିକ ସ୍କୁଲ ହନୁମାନ ମନ୍ଦିର ନିକଟରୁ ମନୋଜ ସେଠି ଙ୍କୁ ଅପହରଣ କରିଥିବା ନେଇ ଥାନାରେ ଅଭିଯୋଗ ।ଦୁର୍ବୁତ୍ତଙ୍କ ଫୋନକୁ ଟ୍ରାକ କରି ଅଭିଯୁକ୍ତ ଙ୍କୁ ବାନ୍ଧିଲା ପୋଲିସ । 5ଜଣ ଦୁର୍ବୁତ୍ତ ଅପହରଣ କରି ରଙ୍ଗମାଟିଆ ର ଏକ ନିକାଞ୍ଚ ଅଞ୍ଚଳରେ ରଖିଥିବା ଜାଣିବାକୁ ପାଇଥିଲା ପୋଲିସ ।ମୈତ୍ରୀ ବିହାର ଥାନା ପୋଲିସ ଓ ସ୍ପେଶାଲ ସ୍କୁଆୟାର୍ଡ଼ ର ମିଳିତ ଉଦ୍ୟମ ରେ ଅପହରଣର ଶିକାର ହୋଇଥିବା ମନୋଜ ସେଠି ଙ୍କୁ ରଙ୍ଗମାଟିଆ ରୁ ଉଧାର କଲା ପୋଲିସ।ଅପହରଣ ଘଟଣାରେ 3ଜଣ ଅଭିଯୁକ୍ତ ଗିରଫ, ମୁଖ୍ୟ ଅଭିଯୁକ୍ତ ବାବା ଫେରାର । ଅପହରଣର ବ୍ୟବହୃତ ହୋଇଥିବା କାର କୁ ଖୋଜୁଛି ପୋଲିସ ।364A ,507 ଆଇପିସି ରେ ଅଭିଯୁକ୍ତଙ୍କୁ ବାନ୍ଧିଲା ପୋଲିସ ।