ସୋନପୁର/ଓମପ୍ରକାଶ ମିଶ୍ର: ବଲାଙ୍ଗୀର ୫୭ ନମ୍ବର ଜାତୀୟ ରାଜପଥର ହରଡଖୋଲ ଛକ ନିକଟରେ ଥିବା ଏକ ହୋଟେଲ “ମିଡଲେଣ୍ଡ” ସାମନାରେ ଏକ କାର ଗଛକୁ ବାଡେଇ ଦେଇଛନ୍ତି । ଗାଡ଼ିରେ ଥିବା ଲୋକେ ସାମାନ୍ୟ ଆହତ ହୋଇଛନ୍ତି । ହରଡଖୋଲ ଥାନା ଫାଣ୍ଡି ଅଧିକାରୀ ଏକାଦଶିଆ ପଧାନ ପହଞ୍ଚି ଦୁର୍ଘଟଣା ହୋଇଥିବା ଗାଡ଼ିକୁ ଜବତ କରି ଘଟଣାର ତଦନ୍ତ ଚଳାଇଥିବା ଜଣାପଡିଛି।