କାର ସହ ପିକଅପ ଭ୍ୟାନ ଧକ୍କା , ବରିଷ୍ଠ ବିଜେଡି ନେତା ରଞ୍ଜୁ ପାତ୍ର ଗୁରୁତର

ଘଟଣା ସ୍ଥଳରେ ଜଣକ ମୃତ୍ୟୁ ହୋଇଥିବା ବେଳେ ଜଣେ ଗୁରୁତର ହୋଇଥିବା ସୂଚନା ମିଳିଛି । ତେବେ ମୃତକ ଜଣକ ହେଲେ କୋଟପାଡର ସନ୍ତୋଷ ପଣ୍ଡା । ଅନ୍ୟ ଜଣେ ଆହତ

(କୋରାପୁଟ) : କାର ଓ ଏକ ପିକଅପ ଭ୍ୟାନ ମଧ୍ୟରେ ମୁହାଁମୁହିଁ ଧକ୍କା । ଏଭଳି ଏକ ଦୁର୍ଘଟଣା ଦେଖିବାକୁ ମିଳିଛି କୋରାପୁଟ ରାଜ୍ୟ ଜାତୀୟ ରାଜପଥ ପୂଜାରିପୁଟ ନିକଟରେ । ଫଳରେ ଘଟଣା ସ୍ଥଳରେ ଜଣକ ମୃତ୍ୟୁ ହୋଇଥିବା ବେଳେ ଜଣେ ଗୁରୁତର ହୋଇଥିବା ସୂଚନା ମିଳିଛି । ତେବେ ମୃତକ ଜଣକ ହେଲେ କୋଟପାଡର ସନ୍ତୋଷ ପଣ୍ଡା । ଅନ୍ୟ ଜଣେ ଆହତ ହୋଇଛନ୍ତି । କୋଟପାଡ଼ ର ବରିଷ୍ଠ ବିଜେଡି ନେତା ରଞ୍ଜୁ ପାତ୍ର ଗୁରୁତର ଆହତ ହୋଇଛନ୍ତି । ତାଙ୍କୁ ଗୁରୁତର ଅବସ୍ଥାରେ ଡାକ୍ତରଖାନରେ ଭର୍ତ୍ତି କରାଯାଇଛି । ମୃତଦେହକୁ ପୋଲିସ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛି । ଘଟଣାର ପୋଲିସ ତଦନ୍ତ କରୁଛି ।

ସୂଚନାନୁଯାୟୀ , ବୋରିଗୁମ୍ମାରୁ କୋରାପୁଟ ଅଭିମୁଖେ ଏକ ସ୍ୱିଫ୍ଟ ଡିଜାଏର ଗାଡି ଯାଉଥିବା ବେଳେ ବିପରତ ଦିଗରୁ ଏକ ପିକଅପ ଭ୍ୟାନ ଆସି ମୁହାଁମୁହିଁ ଧକ୍କା ହୋଇଥିଲା ।