ଚାନ୍ଦବାଲି ମୁଖ୍ୟରାସ୍ତାରେ  ଦୁର୍ଘଟଣା ଦମ୍ପତି ଅବସ୍ଥା ଶଙ୍କଟାପୂର୍ଣ୍ଣ : କ୍ଷତି ପୂରଣ ଦାବୀରେ ରାସ୍ତାରୋକ

ଚାନ୍ଦବାଲି (ବିଜୟ ମହାଳିକ)  : ଭଦ୍ରକ ଚାନ୍ଦବାଲି ମୁଖ୍ୟ ରାସ୍ତା ଉଗ୍ରତରା ମୁନି ଛକ ନିକଟରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା। ଦୁର୍ଘଟଣାରେ ଦମ୍ପତି ଗୁରୁତର ଭାବରେ ଆହତ ହୋଇଥିବା ଜଣାପଡିଛି। ତେବେ ଯାହା ସୂଚନା ମିଳିଛି ଦମ୍ପତି ଜଣଙ୍କ  ଚାନ୍ଦବାଲିରୁ ଭଦ୍ରକ ଯାଉଥିବା ବେଳେ ଏକ ପିକପ୍ ଭ୍ୟାନ ଉଗ୍ରତରା ମୁନି ଛକ ନିକଟରେ ବାଇକରେ ଯାଇଥିବା ଦମ୍ପତିକୁ ପଛୁଆ ଧକ୍କା ଦେଇଥିଲା । ବାଇକ ଭାରସାମ୍ୟ ହରାଇ ଏକ ପୋଖରୀକୁ ଓଲଟିପଡ଼ିଥିଲା  । ତେବେ ଘଟଣା ସ୍ଥଳରୁ ସ୍ଥାନୀୟବାସୀ ଦମ୍ପତିଙ୍କୁ ଉଦ୍ଧାର କରି ଏକ ଅଟୋ ଯୋଗେ ଚାନ୍ଦବାଲି ମେଡ଼ିକାଲରେ ଭର୍ତି କରିଥିଲେ । ଏହି ଦୁର୍ଘଟଣାରେ ସ୍ତ୍ରୀର  ଅବସ୍ଥା ସଂଙ୍କଟାପୂର୍ଣ୍ଣ ରହିଥିବା ବେଳେ ସ୍ଵାମୀଙ୍କର ଅବସ୍ଥା ଅତି ଗରୁତର ରହିଥିବା ଜଣାପିଛି । ତେବେ ଉଭୟଙ୍କୁ ପରିବାର ପକ୍ଷରୁ ଚାନ୍ଦବାଲି ମେଡ଼ିକାଲରୁ କଟକ ସ୍ଥାନାନ୍ତର କରାଯାଇଛି । ଖବର ପାଇ ଘଟଣା ସ୍ଥଳରେ ଚାନ୍ଦବାଲି ପୋଲିସ  ପହଞ୍ଚି  ପିକପଭ୍ୟାନ ଚାଳକଙ୍କୁ ଏକ ଧାନ ବିଲ ମଧ୍ୟରୁ କାବୁ କରିଛି । ଗୁରୁତର  ଦମ୍ପତି ହେଉଛନ୍ତି  ଚାନ୍ଦବାଲି ବ୍ଲକ ଅର୍ନ୍ତଗତ ଓରାସାହି ପଞ୍ଚାୟତର ବାଘନଟା ଗାଁର ଦେବବ୍ରତ ରାଉଳ ଓ ତାଙ୍କ ସ୍ତ୍ରୀ ଅନିତା ନାୟକ ବୋଲି ସୂଚନା ମିଳିଛି । ଏହି ଦୁର୍ଘଟଣା ପରେ ସ୍ଥାନୀୟବାସୀ  କ୍ଷତିପୂରଣ ଦାବୀ ନେଇ ଦୀର୍ଘ ସମୟ ଧରି ରାସ୍ତାରୋକ କରିଥିଲେ। ଖବର ପାଇ ଘଟଣା ସ୍ଥଳରେ ପୋଲିସ ପହଞ୍ଚି  ବୁଝା ସୁଝା କରିବା ପରେ ପରିସ୍ଥିତି ଶାନ୍ତ ପଡିଥିଲା।