ବେପରୁଆ ଗାଡ଼ି ଚାଳକଙ୍କୁ ଛେଚିଲେ ଲୋକେ

 (ପ୍ରିୟଦର୍ଶନୀ ସ୍ୱାଇଁ): ଦୁର୍ଘଟଣା ଘଟାଇ ଖସିଯାଉଥିବା ସମୟରେ ଧରାପଡ଼ି ଗାଡ଼ିଚାଳକ ଖାଇଲେ ଛେଚା । କଟକରୁ ଭୁବନେଶ୍ନର ଆସୁଥିବା ଏକ ମାଲବାହୀ ଅଟୋ ଦ୍ରୁତ ଗତିରେ ଆସି ଏକ ବାଇକକୁ ଧକ୍କା ଦେଇଥିଲା ଫଳରେ ବାଇକରେ ଆସୁଥିବା ୨ଜଣ ଛିଟିକିକି ପଡ଼ିଯାଇଥିଲେ । ଘଟଣାସ୍ଥଳରୁ ଅଟୋଡ଼୍ରାଇଭର ଖସିପଳାଇବାକୁ ଚେଷ୍ଟା କରୁଥିଲା କିନ୍ତୁ ପୁଣି କିଛି ସମୟ ପରେ ଜଣେ ସ୍କୁଟି ଚାଳକଙ୍କୁ ଧକ୍କା ଦେଇଛନ୍ତି । ଫଳରେ କିଛି ଯୁବକ ଧରି ପିଛା କରି ଗୋଡ଼ାଇ ଗୋଡ଼ାଇ ଧରି ମାତ୍ର ରାସ୍ତା ଜାମ୍ ଥିବାରୁ ଧରା ପଡ଼ିଯାଇଥିଲା। ପିଛା କରୁଥିବା ୪ ଜଣ ଯୁବକ ଓ ସେଠାରେ ଜମା ହୋଇଥିବା ୨୦ରୁ ଊର୍ଧ୍ବ ଯୁବକ ତାକୁ ନିର୍ଧୁମ ଛେଚିଥିଲେ। ଗାଡ଼ିର କାଚ ମଧ୍ୟ ଭାଙ୍ଗି ଦେଇଥିଲେ। ଶେଷରେ ତାକୁ ସହିଦ ନଗର ଥାନା ଜିମା ଦେଇଥିଲେ। ଅନ୍ୟପଟେ ଆହତ ୪ ଜଣଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।