ହାଇବା ଧକ୍କାରେ ଏକ ମୃତ ଦୁଇ ଆହତ

(ଜୟନ୍ତ ସେଠୀ) ଗୋପ: ପୁରୀ ଜିଲ୍ଲା ସତ୍ୟବାଦି ବ୍ଲକ ସମ୍ମୁଖରେ ଆଜି ଏକ ହାଇବା ଧକ୍କାରେ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଦୁଇ ଗୁରୁତର ଆହତ ହୋଇଛନ୍ତି। ଆହତମାନଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇ ଚିକିତ୍ସା ଚାଲିଛି ।
ସୂଚନା ଅନୁଯାୟୀ, ପୁରୀ ଭୁବନେଶ୍ବର ବାଇପାସ୍ ରାସ୍ତା ସତ୍ୟବାଦୀ ବ୍ଲକ ସମ୍ମୁଖରେ ଗୋଟିଏ ହାଇବା ଧକ୍କା ଗୋଟିଏ ବାଇକ୍କୁ ଧକ୍କା ଦେଇଥିଲା। ଏଥିରେ ୩ ବାଇକ ଆରୋହୀଙ୍କ ମଧ୍ୟରୁ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଦୁଇ ଆହତ ହୋଇଥିଲେ। ୨ ଆହତମାନଙ୍କୁ ଚିକିତ୍ସା ପାଇଁ ଭୁବନେଶ୍ବର ସ୍ବାସ୍ଥ୍ୟକେନ୍ଦ୍ର ସ୍ଥାନାନ୍ତର କରାଯାଇଥିଲା। ଘଟଣାସ୍ଥଳରେ ସତ୍ୟବାଦୀ ପୋଲିସ ପହଂଚି ତଦନ୍ତ ଚାଲିଛି।