ନୋଏଡା : ନୋଏଡାର ସେକ୍ଟର -୧୦୦ ସ୍ଥିତ ବଡ ଅଟ୍ଟାଳିକାରେ ଏକ ବଡ଼ ଧରଣର ଅଗ୍ନିକାଣ୍ଡ । ଏସି ବିସ୍ଫୋରଣ ହୋଇ ଘଟିଛି ଅଗ୍ନିକାଣ୍ଡ। ଘର ଭିତରୁ ନିଆଁ ଓ ଧୂଆଁ ବାହାରୁଥିବାର ଦେଖି ହଇଚଇ ସୃଷ୍ଟି ହୋଇଥିଲା। ଘଟଣା ସମ୍ପର୍କରେ ସ୍ଥାନୀୟ ଲୋକେ ତୁରନ୍ତ ଅଗ୍ନିଶମ ବିଭାଗକୁ ସୂଚନା ଦେଇଥିଲେ। ଖବର ପାଇ ଅଗ୍ନିଶମ କର୍ମଚାରୀମାନେ ଘଟଣାସ୍ଥଳରେ ପହଞ୍ଚିଥିଲେ। ମାତ୍ର ସେମାନେ ପହଞ୍ଚିବା ପୂର୍ବରୁ ଅଟ୍ଟାଳିକାର କର୍ମଚାରୀଙ୍କ ଦ୍ୱାରା ସ୍ଥାପିତ ଅଗ୍ନି ନିରାପତ୍ତା ବ୍ୟବସ୍ଥା ସାହାଯ୍ୟରେ ନିଆଁକୁ ନିୟନ୍ତ୍ରଣ କରାଯାଇଥିଲା।
ସୂଚନା ଅନୁଯାୟୀ , ସକାଳ ୧୦ ଟା ୧୧ରେ ଏହି ଅଟ୍ଟାଳିକାର ୧୦ମ ମହଲାରେ ଥିବା ଏକ କକ୍ଷରେ ଏସି ବିସ୍ଫୋରଣ ହେତୁ ସର୍ଟ ସର୍କିଟ ପରେ ନିଆଁ ଲାଗି ଯାଇଥିଲା। ଖବର ପାଇବା ମାତ୍ରେ ଦମକଳ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି ଥିଲେ। ଏଥିରେ କୌଣସି ଜୀବନହାନୀ ହୋଇ ନାହିଁ ବୋଲି ସୂଚନା ମିଳିଛି। ନିଆଁ ଲାଗିବା ମାତ୍ରେ ଲୋକେ ଘର ଭିତରୁ ବାହାରକୁ ପଳାଇ ଆସିଥିଲେ।