ରାଘବ ଚଢାଙ୍କୁ ରାଜ୍ୟସଭା ଉପନେତା ପଦରୁ ହଟାଇଲା ଆପ, କହିବା ଅଧିକାର ମଧ୍ୟ ସୀମିତ

New Delhi: ଆମ ଆଦମୀ ପାର୍ଟି ପକ୍ଷରୁ ରାଜ୍ୟସଭା ସାଂସଦ Raghav Chadhaଙ୍କ ବିରୁଦ୍ଧରେ ବଡ଼ ପଦକ୍ଷେପ ନିଆଯାଇଛି। ଦଳ ତାଙ୍କୁ ରାଜ୍ୟସଭାର ଉପନେତା ପଦରୁ ହଟାଇ ଦେଇଥିବା ସହିତ ସଂସଦରେ କହିବା ଅଧିକାରକୁ ମଧ୍ୟ ସୀମିତ କରିଛି। ତାଙ୍କ ସ୍ଥାନରେ ଆପ ସାଂସଦ Ashok Mittalଙ୍କୁ ନୂତନ ଉପନେତା ଭାବେ ନିଯୁକ୍ତ କରାଯାଇଛି ଏବଂ ଏନେଇ Aam Aadmi Party ପକ୍ଷରୁ ରାଜ୍ୟସଭା ସଚିବାଳୟକୁ ପତ୍ର ଦାଖଲ କରାଯାଇଛି। ଜାତୀୟ ଗଣମାଧ୍ୟମର ସୂଚନା ଅନୁସାରେ, ଦଳ ରାଜ୍ୟସଭା ସଚିବାଳୟକୁ ଏହା ମଧ୍ୟ ଜଣାଇଛି ଯେ ରାଘବ ଚଢାଙ୍କୁ ସଂସଦରେ କହିବା ପାଇଁ ସମୟ ଦିଆଯିବା ଉଚିତ୍ ନୁହେଁ। ଏହି ପଦକ୍ଷେପ ସେହି ସମୟରେ ଆସିଛି ଯେତେବେଳେ ଚଢା ରାଜ୍ୟସଭାରେ ବିଭିନ୍ନ ସାର୍ବଜନୀନ ପ୍ରସଙ୍ଗ ଉପରେ ଲଗାତାର ସ୍ୱର ଉଠାଇ ଆସୁଥିଲେ।

ଯଦିଓ ଦଳ ପକ୍ଷରୁ ଏହି ନିଷ୍ପତ୍ତି ପଛର ସ୍ପଷ୍ଟ କାରଣ ଦିଆଯାଇନାହିଁ, ସୂତ୍ରମାନଙ୍କ କହିବା ଅନୁସାରେ ଏହା ଦଳୀୟ ଶୃଙ୍ଖଳା ଭଙ୍ଗ ଓ ପାର୍ଟି ଲାଇନ୍ ଅନୁସରଣ ନକରିବା ସହ ସମ୍ବନ୍ଧିତ ହୋଇପାରେ। ଏହା ସହିତ, Arvind Kejriwal ଓ Manish Sisodiaଙ୍କ ସମ୍ପର୍କିତ ମାମଲାରେ ଚଢାଙ୍କ ନୀରବତାକୁ ମଧ୍ୟ ଏହି ପଦକ୍ଷେପର ଏକ କାରଣ ବୋଲି ଚର୍ଚ୍ଚା ହେଉଛି। ଅନ୍ୟପଟେ, ଏହି ଘଟଣା Aam Aadmi Party ଭିତରେ ଆଭ୍ୟନ୍ତରୀଣ କଳହ ଥିବା ସଙ୍କେତ ଦେଉଛି। ତଥାପି, ରାଘବ ଚଢା ଏପର୍ଯ୍ୟନ୍ତ ଏହା ଉପରେ ସାର୍ବଜନୀନ ଭାବରେ କୌଣସି ପ୍ରତିକ୍ରିୟା ଦେଇନାହାନ୍ତି।