ଭୁବନେଶ୍ୱର-: ରାଜଧାନୀ ଭୁବନେଶ୍ଵରରେ ଆମ ବସ ସେବା ମଙ୍ଗଳବାର ବନ୍ଦ ହୋଇଯାଇଛି। ‘ଆମ ବସ’ କଣ୍ଡକ୍ଟର ଏବଂ ଡ୍ରାଇଭରଙ୍କୁ ମାଡ଼ ମରାଯିବା ପ୍ରତିବାଦରେ କର୍ମଚାରୀମାନେ ଆନ୍ଦୋଳନ କରିବା ଯୋଗୁ ବସ ସେବା ବନ୍ଦ ରହିଛି। ‘ଆମ ବସ’ର ବହୁ ଡ୍ରାଇଭର ଏବଂ କଣ୍ଡକ୍ଟର ମାଷ୍ଟରକ୍ୟାଣ୍ଟିନସ୍ଥିତ ‘ଆମ ବସ’ ଡିପୋରେ ଗାଡ଼ି ରଖି ଧାରଣା ଦେଇଛନ୍ତି। ଏଣେ ରାଜଧାନୀରେ ‘ଆମ ବସ’ ସେବା ଠପ୍ ହେବା ଯୋଗୁ ଯାତ୍ରୀମାନେ ହନ୍ତସନ୍ତ ହେଉଥିବାର ପରିଲକ୍ଷିତ ହେଉଛି।
ସୂଚନା ଅନୁସାରେ, କିଛିଦିନ ତଳେ ‘ଆମ ବସ’ ବାରମ୍ବାର ଦୁର୍ଘଟଣା ଘଟାଉଥିବାରୁ ସାଧାରଣ ଜନତାଙ୍କ ଧନଜୀବନ ହାନି ହୋଇଥିଲା। ଦୁର୍ଘଟଣା ପରେ ଡ୍ରାଇଭରଙ୍କୁ ମାଡ଼ ମାରିବା, ବସ ଭାଙ୍ଗିଦେବା ଆଦି ଘଟଣା ବି ଘଟିଥିଲା। ଏସବୁ ପରେ ସୁରକ୍ଷା ଦାବିରେ ବସ ଡ୍ରାଇଭର୍ ଓ କଣ୍ଡକ୍ଟର ଆନ୍ଦୋଳନକୁ ଓହ୍ଲାଇଛନ୍ତି। ରାଜ୍ୟ ସରକାର ସୁରକ୍ଷା ଦେଲେ ଆମେ ଗାଡ଼ି ଚଲାଇବୁ। ନହେଲେ ଗାଡ଼ି ଗଡିବ ନାହିଁ ବୋଲି କହିଛନ୍ତି ଡ୍ରାଇଭର ଓ କଣ୍ଡକ୍ଟର।