ଖଜା ବ୍ୟବସାୟକୁ ନେଇ ରାସ୍ତା ମଝିରେ ଯୁବକଙ୍କୁ ହତ୍ୟା

ପୁରୀ / ସଞ୍ଜୟ ମହାପାତ୍ର:  ଦୀର୍ଘଦିନ ପରେ ପୁଣି ଶ୍ରୀକ୍ଷେତ୍ର ରକ୍ତ ରଞ୍ଜିତ। ଖଜା ବ୍ଯବସାୟକୁ କେନ୍ଦ୍ରକରି ଜଘନ୍ୟ ହତ୍ୟାକାଣ୍ଡ।  ପୁଣି ଘର ସମ୍ମଖ ରାସ୍ତା ମଝିରେ ଯୁବକଙ୍କୁ ହାଣିଲେ। । ଗୋଡାଇ ଗୋଡାଇ ହାଣିଲେ ଅପରଗୋଷ୍ଠୀ ଯୁବକ। ସେମାନଙ୍କ ଭିତରେ ୩ଜଣ ନାବାଳକ ରହିଛନ୍ତି।

 ଟାଉନ ଥାନା ଅନ୍ତର୍ଗତ ହାଡଗୋଡିଆ ସାହିରେ କିଛି  ‌ଯୁବକଙ୍କ ଆକ୍ରମଣରେ ଜଣେ ଯୁବକଙ୍କ ମୃତ ଘଟିଛି । ମୃତ୍ଯୁ ବରଣ କରିଥିବା ଯୁବକ ଜଣଙ୍କ ହାଡଗୋଡିଆ ସାହିର ଦିନେଶ କୁମାର  ଖୁଣ୍ଟିଆ । ପୂର୍ବ ଶତ୍ରୁତାକୁ ନେଇ ଆକ୍ରମଣ ହୋଇଥିବା ସୂଚନା ମିଳିଛି। ଦିନେଶଙ୍କ ସମ୍ପକୀୟଙ୍କ କହିବା ଅନୁଯାୟୀ ଦିନେଶ।  ଘରେ ଥିଲେ। ତେବେ ୫ ଜଣ ଯୁବକ ତାଙ୍କୁ ବାହାରକୁ ଡାକିଥିଲେ । ଦିନେଶ ବାହାରକୁ ଯିବାପରେ ସମ୍ପୃକ ଯୁବକ ମାନେ ତାଙ୍କୁ ଏକ ଧାରୁଆ ଲୁହା ଅସ୍ତ୍ରରେ ଆକ୍ରମଣ କରିଥିଲେ । ପ୍ରଥମେ ଦିନେଶଙ୍କ ଗାଡ଼ିକୁ ଚୋଟ ଦେଇଥିଲେ । ଆକ୍ରମଣରେ ବାମପଟ ବେକରେ ଗଭୀର ଆଘାତ ଲାଗିଥିଲା । ଦିନେଶ ସେଠାରେ ଆହାତ ହୋଇ ପଡିଥିେବା ବେଳେ ଅଭିଯୁକ୍ତ ମାନେ ଘଟଣା ସ୍ଥଳରୁ ଫେରାର ହୋଇଯାଇଥିଲେ ବୋଲି ଜଣାପଡିଛି । ତେବେ ଡାକ୍ତର ଦିନେଶକୁ   ମୃତ ଘୋଷଣା କରିଥିବା ବେଳେ ଟାଉନଥାନା ପୋଲସ ଖବର ପାଇ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ପୂର୍ବ ଶତ୍ରୁତାକୁ ନେଇ ହତ୍ୟାକାଣ୍ଡ ହୋଇଥିବା ପ୍ରାରମ୍ଭିକ ତଦନ୍ତରୁ ଜଣାପଡିଛି । ପୁରୀ ସଦର ଡିଏସପି  ନାରାୟଣ ଭଞ୍ଜ ମଧ୍ୟ ପହଞ୍ଚି ତଦନ୍ତ ଆରମ୍ଭ କରିଥିବା ଜଣାପଡିଛି । ଅପରପକ୍ଷରେ ଅଭିଯୁକ୍ତ ମାନଙ୍କୁ ଧରିବା ନିମନ୍ତେ ପୋଲିସ ପକ୍ଷରୁ ଟିମ ଗଠନ କରାଯାଇ ବିଭିନ୍ନ ସ୍ଥାନରେ ଚଢାଉ କରାଯାଇଥିଲ ୩ଜଣଙ୍କୁ ଅଟକ ରଖାଯାଇଛି। ସେଥିରେ ନାବାଳକ ରହିଛନ୍ତି ସହରରେ ଦିନକୁ ଦିନ ଅପରାଧିକ କାର୍ଯ୍ୟକଳାପ ବଢିବାରେ ଲାଗିଛି । ସହର ଅଶାନ୍ତ ହେବାରେ ଲାଗିଛି ।