ଜିଲ୍ଲା ଯାଦବ ମହାସଭାର କାର୍ଯ୍ୟକାରିଣୀ ବୈଠକ ଅନୁଷ୍ଠିତ

କୋରାପୁଟ  : କୋରାପୁଟ ଜିଲ୍ଲା ଯାଦବ ମହାସଭାର ଜିଲ୍ଲା କାର୍ୟ୍ୟକାରିଣୀ ବୈଠକ ଜୟପୁର ଯାଦବ ଭବନରେ ଆୟୋଜିତ ହୋଇଯାଇଛି । ଜିଲ୍ଲା ସଭାପତି ମଦନମୋହନ ନାୟକଙ୍କ ପୌରୋହିତ୍ୱରେ ଆୟୋଜିତ ଏହି ବୈଠକରେ ମୁଖ୍ୟ ଅତିଥି ଭାବେ ରାଜ୍ୟ ସାଧାରଣ ସମ୍ପାଦକ ପ୍ରଦୀପ ବେହେରା ଯୋଗ ଦେଇ ଯାଦବ ଜାତି ଗଣନା ଆରମ୍ଭ କରିବା ନେଇ ପରାମର୍ଶ ଦେଇଥିଲେ । ଉତ୍କଳ ଯାଦବ ମହାସଭା ପକ୍ଷରୁ ରାଜ୍ୟ ସାରା ଏହି ଗଣନା ଆରମ୍ଭ ହୋଇଥିବା କହିଥିବା ବେଳେ ପ୍ରତି ବ୍ଲକରେ କମିଟି ଗଠନ ପ୍ରକ୍ରିୟା ଚାଲିଥିବା ଜଣାଇଥିଲେ । ଆସନ୍ତା ୨ ମାସ ମଧ୍ୟରେ କୋରାପୁଟ ଜିଲ୍ଲାର ସମସ୍ତ ବ୍ଲକରେ କମିଟି ଗଠନ ନେଇ ନିଷ୍ପତ୍ତି ହୋଇଥିଲା । ଅନ୍ୟତମ ଅତିଥିଭାବେ ଜିଲ୍ଲା ପର୍ୟ୍ୟବେକ୍ଷକ ଅମିତ ନାୟକ ଯୋଗ ଦେଇଥିବା ବେଳେ ଜିଲ୍ଲା ସାଧାରଣ ସମ୍ପାଦକ ରାଜେନ୍ଦ୍ର କୁମାର ଗୌଡ଼ ବିବରଣୀ ପାଠ କରିଥିଲେ । ବୈଠକରେ ବୁଲୁ ଗୌଡ଼ଙ୍କୁ ସର୍ବ ସମ୍ମତି କ୍ରମେ ଜିଲ୍ଲା କାର୍ୟ୍ୟକାରି ସଭାପତି ଭାବେ ମନୋନୀତ କରାଯାଇଥିବା ବେଳେ ରାଧ ମୋହନ ଗୌଡ଼ଙ୍କୁ ଜୟପୁର ଟାଉନ ଦାୟିତ୍ୱ ପ୍ରଦାନ କରାଯାଇଥିଲା । ଏଥିରେ ଜିଲ୍ଲା ମହିଳା ସଭାପତି ଭାନୁମତି ପୂଜାରୀ, ଯୁବ ସଭାପତି ନରେଶ ମହାକୁଳ, ଗୋବର୍ଦ୍ଧନ ବୈରାଗୀ, ଅଜୁ ଗୌଡ଼, ପଦଲମ ଗୌଡ଼, ତୁଳସିରାମ ଗୌଡ଼, ହର ଗୌଡ଼, ପର୍ଶୁ ବୈରାଗୀ, ପଦ୍ମନ ଗୌଡ଼, ଜୟପୁର ବ୍ଲକ ସଭାପତି ହରିହର ପୂଜାରୀ ପ୍ରମୁଖ ଉପସ୍ଥିତ ରହିଥିବା ବେଳେ ନିର୍ମଳ ଦାସ ଧନ୍ୟବାଦ ଅର୍ପଣ କରିଥିଲେ ।