ଚାକିରୀ ଲୋଭରେ ଠକାମୀର ଶୀକାର ହେଲେ ମହିଳା

ନବରଙ୍ଗପୁର / ଟୁକୁନା ଖୁରା : ଚାକୀରି ଦେବା ନାଁ ରେ ୩୨ ହଜାର ଲୁଟ । ସିକ୍ୟୁରିଟି ଗାର୍ଡ କରେଇ ଦେବା ଲୋଭ ଦେଖାଇ ଜଣେ ବ୍ୟକ୍ତିଙ୍କ ଠାରୁ ୩୨ ହଜାର ଟଙ୍କା ଠକିି ନେଇଥିବା ଅଭିଯୋଗ ହୋଇଛି । ଏଭଳି ଅଭିଯୋଗ ଆଣିଛନ୍ତି ଦେବକୀ ଜାନୀ । ଖବର ଅନୂଯାୟୀ ଚାକିରୀ କରାଇଦେବା କହି ଦେବକୀ ଜାନୀ ନାମକ ଜଣେ ବ୍ୟକ୍ତି ଙ୍କ ଠାରୁ ପାଖାପାଖି ୩୨ ହଜାର ଟଙ୍କା ଠକି ନେଇଥିଲେ ।

ଏନେଇ ଦେବକୀ ଜାନୀ ନବରଙ୍ଗପୁର ଥାନାରେ ଅଭିଯୋଗ କରିଥିଲେ । ସେଇ ଅଭିଯୋଗକୁ ଆଧାର କରି ଲକ୍ଷ୍ମିଧର ସାହୁ ନାମକ ଜଣେ ବ୍ୟକ୍ତିଙ୍କୁ ଗିରଫ କରିଛି ନବରଙ୍ଗପୁର ପୋଲିସ । ଏବଂ ତାଙ୍କ ଠାରୁ ବିଭିନ୍ନ ଜାଲ କାଗଜ ପତ୍ର ମଧ୍ୟ ଜବତ କରିଛି । ବ୍ୟକ୍ତିଙ୍କ ଘର ଭରତପୁର ରେ ହୋଇଥିବା ବେଳେ ପୁର୍ବରୁ ମଧ୍ୟ ଠକେଇ ମାମଲାରେ ଗିରଫ ହୋଇଥିବା ବେଳେ ତାର ଓଡ଼ିଶାରେ ଠକେଇ ର ଜାଲ ବିଞ୍ଚାଇ କାମ କରୁଥିବା ପୋଲିସ ପକ୍ଷରୁ ସୂଚନା ମିଳିଛି ।