ସିମେଣ୍ଟ ବୋଝେଇ ଟ୍ରକକୁ ପଛ ପଟୁ ଧକ୍କା ଦେଲା କୋଇଲା ବୋଝେଇ ଟ୍ରକ

କଟକ-ଚାନ୍ଦବାଲି ରାସ୍ତାର ନିଶ୍ଚିନ୍ତକୋଇଲି ବାହାବଳପୁର ଛକ ନିକଟରେ ସିମେଣ୍ଟ ବୋଝେଇ ଟ୍ରକ କୁ ପଛ ପଟୁ ଧକ୍କା ଦେଲା କୋଇଲା ବୋଝେଇ ଟ୍ରକ। ଘଟଣାରୁ ଜଣାଯାଏ ଗତ କାଲି ବିଳମ୍ବିତ ରାତ୍ରି ରେ କଟକ ରୁ କେନ୍ଦ୍ରାପଡା ଅଭିମୁଖେ ଦୁଇଟି ଯାକ ଟ୍ରକ ଯାଉଥିବା ବେଳେ ସିମେଣ୍ଟ ବୋଝେଇ ଟ୍ରକ ଟି ବାହାବଳପୁର ଛକ ନିକଟରେ ରାସ୍ତା କଡରେ ଛିଡା ହୋଇଥିବା ବେଳେ କୋଇଲା ବୋଝେଇ ଟ୍ରକ ଡ୍ରାଇଭର ର ଆଖି ଲାଗି ଯିବାରୁ ସିମେଣ୍ଟ ବୋଝେଇ ଟ୍ରକ କୁ ପଛପଟୁ ଧକ୍କା ଦେଇଥିଲା।

ହେଲେ ଉଭୟ ଟ୍ରକ ର ଡ୍ରାଇଭର ଓ ହେଲପର କାହାର କିଛି କ୍ଷତି ହୋଇ ନଥିବା ଜଣାଯାଏ।ଖବର ପାଇ ନିଶ୍ଚିନ୍ତକୋଇଲି ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଗାଡିକୁ ଜବତ କରିବା ସହ ତଦନ୍ତ ଜାରି ରଖିଛି।ରାସ୍ତାରେ କୋଇଲା ଗାଡିଟି ଭାଙ୍ଗି ରୁଜି ରହିଥିବା ବେଳେ ପୋଲିସ ଉପସ୍ଥିତ ରହି ଟ୍ରାଫିକ ବ୍ୟବସ୍ଥା କୁ ଜାରି ରଖିଛି।