ଦନ୍ତା ହାତୀଙ୍କ ପାଇଁ ସ୍ୱତନ୍ତ୍ର ପାଠଶାଳା

ବ୍ୟୁରୋ : ଦିନକୁ ଦିନ ରାଜ୍ୟରେ ବଢ ଚାଲିଛିି ଦନ୍ତାଙ୍କ ଉତ୍ପାତ । ଚାଷ, ଧନ, ଜୀବନ ଇତ୍ୟାଦି କ୍ଷତି କରୁଛନ୍ତି ସେମାନେ । ବର୍ତ୍ତମାନ କିନ୍ତୁ ସାବାଡ ହେବେ ଦନ୍ତା । ସ୍ୱତନ୍ତ୍ର ପାଠଶାଳାରେ ପଢିବେ ପାଠ । ତା ପରେ ସେମାନେ ପାଇବେ ପ୍ରଶିକ୍ଷଣ ।

ସୂଚନାନୁଯାୟୀ ରାଜ୍ୟର ବିଭିନ୍ନ ଜଙ୍ଗଲରେ ଉତ୍ପାତ କରୁଥିବା ହାତୀ ବିଭିନ୍ନ ସମୟରେ ଅନେକ ପରିମାଣରେ ଧନ ଜୀବନ କ୍ଷତି କରୁଛନ୍ତି । ସେ ବିଷୟରେ ରାଜ୍ୟ ସରକାର ଆରମ୍ଭ କରିଛନ୍ତି ଏକ ନୂତନ ପ୍ରୟାସ । ଧନ ଜୀବନ ବଞ୍ଚାଇବା ସହ ହାତୀ ମାନଙ୍କୁ ସୁଧାରିବା ପାଇଁ ଆରମ୍ଭ ହୋଇଛି ପାଠଶାଳା ଯୋଜନା । ଦୁଷ୍ଟ ଦନ୍ତାଙ୍କୁ ପ୍ରଥମେ ଟ୍ରାଙ୍କୁଲାଇଜ କରାଯିବ ତା ପରେ ଟ୍ରକରେ ଆଣି ତାଙ୍କୁ ଏନକ୍ଲୋଜରେ ଛଡା ଯିବ । ପରେ ସେମାନଙ୍କ ହାବଭାବ ଉପରେ ନଜର ରଖି ମାହୁନ୍ତ ମାନଙ୍କ ଦ୍ୱାରା ପୋଷା ମନାଇବାକୁ ଚେଷ୍ଟା କରାଯିବ । ଦନ୍ତାଙ୍କ ସ୍ୱଭାବରେ ପରିବର୍ତ୍ତନ ଅସିବା ପରେ ସେମାନଙ୍କୁ କୁମକୀ ପ୍ରଶିକ୍ଷଣରେ ସାମିଲ କରାଯିବା । ଏବଂ ତାଙ୍କୁ ଜଙ୍ଗଲ ଜଗିବା ଓ ଶିକାରୀଙ୍କୁ ଜଙ୍ଗଳରୁ ବିଦା କରିବା କାମରେ ନିୟୋଜିତ କରାଯିବ । କିନ୍ତୁ ଟ୍ରାଙ୍କୁଲାଇଜ କରାଯାଇ ଅଣାଯାଇଥିବା ଦନ୍ତାଙ୍କ ଗୋଡରେ କଡି ପକାଯିବ ନାହିଁ । ଦନ୍ତାମାନେ କିଭଳି ମୁକ୍ତ ଭାବରେ ବିଚରଣ କରିପାରିବେ ସେଥିପ୍ରତି ସ୍ୱତନ୍ତ୍ର ଭାବରେ ଧ୍ୟାନ ଦିଆଯିବ ।

ସୂଚନାଯୋଗ୍ୟ ଜଙ୍ଗଲ ବିଭାଗ ୨୦୧୬ ମସିହାରେ ପ୍ରଥମେ ଚନ୍ଦକା ଡମପଡା ଅଭୟାରଣ୍ୟର ବାରଙ୍ଗ ଚୁଡଙ୍ଗଗଡ ଠାରେ ପାଠଶାଳା ନିର୍ମାଣ କରାଯାଇଥିଲା । ସେଠାରେ ପାଖରେ ଗାଁ ରହୁଥିବା ହେତୁ ପାଠଶାଳାକୁ ଉଠାଇ କୁମାରଖୁଣ୍ଟିକୁ ସ୍ଥାନାନ୍ତରିତ କରାଯାଇଥିଲା । ୫୦ ହେକ୍ଟର ଜମିରେ ଏହି ପାଠଶାଳା ନିର୍ମାଣ କରାଯିବ । ଏଥିରେ ମୋଟ ୫ଟି ଏନକ୍ଲୋଜର ରହିବ । ଗୋଟିଏ ଏନକ୍ଲୋଜର ନିର୍ମାଣ ମଧ୍ୟ ଶେଷ ହୋଇ ସାରିଛି । ଏନକ୍ଲୋଜର ଚାରି ପାଖରେ ସୋଲାର ତାରବାଡ ଦିଆଯିବା ସହ ଟ୍ରେଞ୍ଚ ମଧ୍ୟ ନିର୍ମାଣ କରାଯାଇଛି । ଏହା ମଧ୍ୟରେ ଦନ୍ତାଙ୍କ ଖାଦ୍ୟପାନୀୟର ବନ୍ଦୋବସ୍ତ କରାଯିବ । ପାଠଶାଳାରେ ପ୍ରଥମେ ସାମିଲ ହୋଇଛନ୍ତ ଶଙ୍କର ଓ ଯୋଶଦା । ଏସସିଏଫ ହିମାଂଶୁ ମହାନ୍ତି କହିଛନ୍ତି ନନ୍ଦକୁ ମଧ୍ୟ ଏଠାକୁ ଅଣାଯିବା ପାଇଁ ପ୍ରୟାସ ଚାଲିଛି ।