ଭୁବନେଶ୍ୱର : ନା ପ୍ରଥମ ସ୍ତ୍ରୀ ନା ଦ୍ୱିତୀୟ ସ୍ତ୍ରୀ, ହୋଇ ପାରିଲେନି କାହାର। ଦୁଇ ସ୍ତ୍ରୀଙ୍କ ଅଭିଯୋଗରେ ଗିରଫ ହେଲେ ସଫ୍ଟୱେର ଇଞ୍ଜିନିୟର। ଫେରାର ଅଭିଯୁକ୍ତ ସ୍ୱାମୀକୁ ଗିରଫ କଲା ମହିଳା ଥାନା ପୁଲିସ୍।
ଗିରଫ ହେଲେ ଦୁଇ ସ୍ତ୍ରୀଙ୍କ ସଫ୍ଟୱେର ସ୍ବାମୀ। ସ୍ଥାନୀୟ ଚନ୍ଦ୍ରଶେଖରପୁର ଥାନା ଅନ୍ତର୍ଗତ ଶ୍ରୀ ବିହାରରେ ରହୁଥିବା ବିଶ୍ଵଦର୍ଶି ଦାସଙ୍କୁ ଗିରଫ କରିଛି ମହିଳା ଥାନା ପୋଲିସ୍। ପ୍ରଥମେ ବିବାହ କରିଥିବା ସ୍ତ୍ରୀଙ୍କୁ ଲୁଚାଇ ଆଉ ଜଣଙ୍କୁ ବିବାହ କରିଥିଲେ ବିଶ୍ଵଦର୍ଷି। ପରେ ଯେତେବେଳେ ଦୁଇଜଣ ସ୍ତ୍ରୀ ଜାଣିଲେ ଯେ ସେମାନେ ଧୋକାର ଶିକାର ହୋଇଛନ୍ତି ଆରମ୍ଭ ହୋଇଥିଲା କଳିଝଗଡା ଓ ଘରୋଇ ହିଂସା।
2021 ମସିହାରେ ପ୍ରଥମ ପତ୍ନୀଙ୍କ ଅଭିଯୋଗରେ ଗିରଫ ହୋଇ ଜେଲ ଯାଇଥିବା ବେଳେ ଗତ ଫେବୃଆରୀ ମାସରେ ଦ୍ବିତୀୟ ପତ୍ନୀଙ୍କ ଅଭିଯୋଗ କରିଥିଲେ। ପରେ ବିଶ୍ୱଦର୍ଶି 4ମାସ ହେବ ବାଙ୍ଗାଲୋର ଫେରାର ହୋଇଯାଇ ଥିବା ବେଳେ ଆଜି ତାଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ମହିଳା ଥାନା ପୁଲିସ୍। ଦୁଇ ସ୍ତ୍ରୀଙ୍କ ମଧ୍ୟରୁ ପ୍ରଥମ ସ୍ତ୍ରୀ ସଫ୍ଟୱେର ଇଞ୍ଜିନିୟର ଥିବା ବେଳେ ଆଉ ଜଣେ ମଧ୍ୟ କର୍ମଜୀବୀ ମହିଳା। ତେବେ ଜଣେ ସଫ୍ଟୱେର ଇଞ୍ଜିନିୟରଙ୍କ ଦୁଇ ଦୁଇଟି ପତ୍ନୀ ଥାଇ ମଧ୍ୟ ବୈବାହିକ ଜୀବନର ଖୁସି ନେଇପାରି ନଥିବା ଅଞ୍ଚଳରେ ଚର୍ଚ୍ଚାର ବିଷୟ।