କରଞ୍ଜିଆ / ବସନ୍ତ କୁମାର ସୋରେନ : ମୟୁରଭଞ୍ଜ ଜିଲ୍ଲା ଆନନ୍ଦପୁର ରାସ୍ତା ର ସାତକୋଶିଆ ଘୋଡ଼ାଘାଟି ନିକଟରୁ ସାତକୋଶିଆ ବନ କର୍ମଚାରୀ ମାନେ ଏକ ଚୋରାକାଠ ବୋଝେଇ ସ୍କର୍ପିଓ ଗାଡିକୁ ଜବତ କରିଛି। ସେହି ଗାଡିରୁ ଲକ୍ଷା ଧିକ ଟଙ୍କା ମୂଲ୍ୟର ଶାଳ ଚୌକାଠ ଥିବାର ଜଣାପଡିଛି।
ସୂଚନା ଅନୁଯାୟୀ, ଠାକୁରମୁଣ୍ଡା ପଟୁ ଏକ ସ୍କର୍ପିଓ (ନମ୍ବର ଓଡ଼ି ୦୧ ଆର ୦୯୦୬) ଗାଡ଼ିରେ ଆନନ୍ଦପୁର ଅଞ୍ଚଳକୁ ଚୌକାଠ ବୋଝେଇ ହୋଇ ଚୋରା ଚାଲାଣ ହେଉ ଥିବାର କୌଣସି ସୂତ୍ରରୁ ଖବର ପାଇ ସାତକୋଶିଆ ରେଞ୍ଜର ରବିନ୍ଦ୍ର ମହାନ୍ତ ନେତୃତ୍ୱରେ ବନ କର୍ମଚାରୀ ମାନେ ଦିନ ପ୍ରାୟ ୧୧ ଟା ସମୟରେ ରାସ୍ତା ଉପରେ ଜଗି ରହିଥିଲେ।ଚୋରା କାଠ ନେଇ ଯାଉଥିବା ବେପାରୀ ମାନେ ଘୋଡା ଘାଟି ନିକଟ ରାସ୍ତା ଉପରେ ଜଗି ରହିଥିବା ବନ କର୍ମଚାରୀ ମାନଙ୍କୁ ଦେଖି ରାସ୍ତା ଉପରେ ଗାଡି ଛାଡି ଜଙ୍ଗଲ ଭିତର ଦେଇ ଫେରାର ହୋଇ ଯାଇଛନ୍ତି । ବନ କର୍ମଚାରୀ ମାନେ କାଠ ବେପାରୀ ମାନେ ଛାଡି ଚାଲି ଯାଇଥିବା ସ୍କର୍ପିଓ ଗାଡିକୁ ସାତକୋଶିଆ ରେଞ୍ଜ କାର୍ୟ୍ୟାଳୟକୁ ଆଣି ସେଥିରେ ଥିବା କାଠ ଓ ବ୍ୟବହୃତ ଗାଡି ଜବତ କରି ଘଟଣାର ଅନୁସନ୍ଧାନ ଯାରି ରହିଛି ।