ଭାରତ ସମ୍ପର୍କରେ ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମକୁ କେନ୍ଦୁଝର ଜିଲ୍ଲା ବିଜେପି ସଭାପତି ଶୁକଦେବ ମହାନ୍ତଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିବା ବେଳେ ଏଥିରେ ମୁଖ୍ୟ ଅତିଥି ଭାବେ ବିଧାୟକ ବଡଚଣା ତଥା ଭିବି- ଜି ରାମ ଜି ର ରାଜ୍ୟ ଟୋଲୀ ର ସଦସ୍ୟ ଶ୍ରୀଯୁକ୍ତ ଅମର ନାୟକ ଉପସ୍ଥିତ ରହି ସାମ୍ବାଦିକ ସମ୍ମିଳନୀକୁ ସମ୍ବୋଧିତ କରିବା ଅବସରରେ ବିକଶିତ ଭାରତ ଭିବି-ଜିରାମ ଜି ସମ୍ପର୍କରେ ବିସ୍ତୃତ ବିବରଣୀ ପ୍ରଦାନ କରିଥିଲେ । ଉକ୍ତ କାର୍ଯ୍ୟକ୍ରମର ଉଦେଶ୍ୟ ଶ୍ରମିକଙ୍କ ଭିବି-ଜି.ରାମ ଜି ଯୋଜନାରେ ଜବ କାର୍ଡ ଧାରୀଙ୍କୁ ୧୦୦ ଦିନ କମ ବଦଳରେ ଏବେ ୧୨୫ ଦିନକୁ ବୃଦ୍ଧି କରାଯାଇଛି ବୋଲି କହିଛନ୍ତି । ସେହିପରି ବନାଞ୍ଚଳ ଅନୁସୂଚିତ ଜନଜାତି ଶ୍ରମିକଙ୍କୁ ୨୫ ଦିନର ଅତିରିକ୍ତ ନିଯୁକ୍ତି ପ୍ରଦାନ କରାଯିବ। ତାହା ସହିତ ୭ ଦିନରେ ମଜୁରୀ ପୈଠ ସହିତ ୧୫ ଦିନ ମଧ୍ୟରେ କାମ ନ ପାଇଲେ ସେମାନଙ୍କୁ ବେକାରୀ ଭତ୍ତା ମିଳବ, ଗ୍ରାମିଣ ବିକାଶ ଏବଂ କଲ୍ୟାଣ କୁ ପ୍ରୋତ୍ସାହିତ କରୁଥିବା ଉତ୍ପାଦକ ଏବଂ ସ୍ଥାୟୀ ଗ୍ରାମୀଣ ସମ୍ପତ୍ତି ନିର୍ମାଣ ଉପରେ ବିଶେଷ ଧ୍ୟାନ ରହିବା ସହିତ ଏକ ନୂତନ ଗ୍ରାମୀଣ ବିକାଶ ଢାଞ୍ଚା ରହିଛି। ସେହିପରି ମୁଖ୍ୟ କୃଷି ଋତୁରେ କୃଷି ଶ୍ରମିକଙ୍କ ଉପଲବ୍ଧତା ସୁନିଶ୍ଚିତ ଆଦି ଯୋଜନା ଗୁଡିକ ସମ୍ପର୍କରେ ଉପସ୍ଥିତ ସାମ୍ବାଦିକମାନଙ୍କୁ ସୂଚନା ଦେଇଥିଲେ ବିଧାୟକ ଅମର ନାୟକ।