ବିଷମ /କଟକ: ସାପକାମୁଡାରେ ଚାଲିଗଲା ବ୍ୟକ୍ତିଙ୍କ ଜୀବନ । ରାୟଗଡା ଜିଲ୍ଲା ବିଷମ କଟକ ଥାନା ଅଧିନ ରାସକୁଲା ଗ୍ରାମ ପଞ୍ଚାୟତ ଘୁଟୁନା ଗ୍ରମାରେ ସାପ କାମୁଡାରେ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଛି । ମୃତକ ଜଣଙ୍କ ହେଲେ ସେହିଗ୍ରମର ବିଟ ହେକକା ବୋଲି ଜଣାପଡିଛି । ସୂଚନା ଅନୁଯାୟୀ, ସେ ଜଙ୍ଗଲକୁ କାଠ ଆଣିବା ପାଇଁ ଯାଇଥିବା ବେଳେ ତାଙ୍କୁ ସେଠାରେ ସାପ କାମୁଡି ଦେଇଥିଲା । ପରେ ଘରଲୋକ ଜାଣିବା ପରେ ଗ୍ରାମବାସୀଙ୍କ ସହାୟତାରେ ବିଷମ କଟକ ଗୋଷ୍ଠି ସ୍ୱାସ୍ଥ୍ୟକେନ୍ଦ୍ରକୁ ନେବା ବାଟରେ ବିଟ ହୀକକାଙ୍କ ମୃତ୍ୟୁ ହୋଇଯାଇଥିଲା । ତେବେ ଏନେଇ ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରିବା ସହ ଶବ ବ୍ୟବଚ୍ଛେଦ କାରି ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଛି ।