କନ୍ଧମାଳ/ମୃତ୍ୟୁଞ୍ଜୟ ଦିଗାଲ : କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ବ୍ଲକ ଫିରିଙ୍ଗିଆ ଥାନା ପୋଡି ଘଟଣା | ଗିରଫ ଭୟରେ ଲୋକେ ଘରେ ରହୁ ନଥିବା ବେଳେ ଅଧିକାଂଶ ଲୋକଙ୍କୁ ବିନା କାରଣରେ ସମ୍ପୃକ୍ତି ନଥାଇ ପୋଲିସ ଗିରଫ କରୁଥିବା ନେଇଁ ଅଞ୍ଚଳରେ ଉତେଜନା ଦେଖା ଦେଇଥିଲା ଓ ଲୋକେ ବଜାରକୁ କିମ୍ବା କୌଣସି କାର୍ଯ୍ୟରେ ଭୟରେ ଆସୁ ନଥିଲେ l
ଏହି ଘଟଣା ପରେ ନୂତନ ଥାନା ଅଧିକାରୀ ରମେସ କୁମାର ପ୍ରଧାନ ଅଞ୍ଚଳରେ ଶାନ୍ତି ଫେରାଇ ଆଣିବାକୁ ଚେଷ୍ଟା କରିବା ସହ ଗାଁ ଗାଁରେ ଶାନ୍ତି କମିଟି ବୈଠକ କରୁଛନ୍ତି | ଏଣୁ ଉପାନ୍ତ ଅଞ୍ଚଳ କୁହାଯାଉଥିବା ତଳ ଦଣ୍ଡିକିଆ ପଞ୍ଚାୟତ ସଭାଗୃହରେ ଫିରିଙ୍ଗିଆ ଥାନା ଅଧିକାରୀଙ୍କ ଅଧ୍ୟକ୍ଷତାରେ ଶାନ୍ତି କମିଟି ବୈଠକ ଅନୁଷ୍ଠିତ ହୋଇଛି l
ଏହି ବୈଠକରେ ଏ ଏସ ଆଇ ଦେବାଶିଷ ମଣ୍ଡଳ, ଏ ଏସ ଆଇ ଶ୍ରୀକାନ୍ତ ପାତ୍ର, ତଳ ଦଣ୍ଡିକିଆ ସରପଞ୍ଚ ଶଙ୍କର ପ୍ରଧାନ ଓ ତଳ ଦଣ୍ଡିକିଆ ପଞ୍ଚାୟତର ଶତାଧିକ ଅଞ୍ଚଳ ବାସୀ ଉପସ୍ଥିତ ଥିଲେ l ପୋଲିସ ଓ ଜନସାଧାରଣଙ୍କ ମଧ୍ୟରେ ସମନ୍ୱୟ ରକ୍ଷା କରିବା ସୁସମ୍ପର୍କ ରଖି ଲୋକଙ୍କ ସେବା କରିବା ସହ ଥାନା ପୋଡି ଘଟଣା ପରେ ଲୋକେ ଭୟରେ ବାହାରୁ ନ ଥିବାରୁ ଅଞ୍ଚଳରେ ଶାନ୍ତି ଫେରାଇ ଆଣିବାକୁ ନିବେଦନ କରିଥିଲେ l ପରେ କୌଣସି ନିର୍ଦୋଷ ବ୍ୟକ୍ତିକୁ ଗିରଫ କିମ୍ବା ହଇରାଣ ନ କରିବାକୁ ଆଶ୍ୱାସନା ଦେବା ସହ ଥାନା ଅଧିକାରୀଙ୍କ ସହ ନିର୍ଦ୍ୱନ୍ଦ୍ୱରେ ଆଲୋଚନା କରିପାରିବେ ବୋଲି ସୂଚନା ଦେଇଥିଲେ l