ଗଜପତି / ବିବେକାନନ୍ଦ ବେହେରା: ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସ୍ଥିତ ଜିଲ୍ଲା କୋର୍ଟ ପରିସରରେ ଦିନିକିଆ ମେଗା ସ୍ୱାସ୍ଥ୍ୟ ଶିବିର ଅନୁଷ୍ଠିତ ହୋଇ ଯାଇଛି। ଜିଲ୍ଲା କୋର୍ଟ ଓ ଗେମେଶ ହସ୍ପିଟାଲର ମିଳିତ ଆନୁକୂଲ୍ୟରେ ଏହି ସ୍ୱାସ୍ଥ୍ୟ ଶିବିର ଅନୁଷ୍ଠିତ ହୋଇ ଯାଇଛି।ଏହି ସ୍ୱାସ୍ଥ୍ୟ ଶିବିରକୁ ଜିଲ୍ଲା ଦୌରା ଜଜ୍ ପ୍ରଣବ କୁମାର ରାଉତରାୟ ରିବନ କାଟି ଶୁଭ ଉଦଘାଟନ କରିଛନ୍ତି। ଶ୍ରୀକାକୁଲମ ରୁ ଆସିଥିବା ବରିଷ୍ଠ ଡାକ୍ତର ମାନଙ୍କ ଦ୍ଵାରା ଜିଲ୍ଲା କାର୍ଯ୍ୟଳୟର ସମସ୍ତ କର୍ମଚାରୀ ଓ ତାଙ୍କ ପରିବାର ଏବଂ ଆଇନ ଜୀବୀ ମାନଙ୍କର ସ୍ୱାସ୍ଥ୍ୟ ପରୀକ୍ଷା କରାଯାଇ ଆବଶ୍ୟକ ମାଗଣା ଔଷଧ ମଧ୍ୟ ବଣ୍ଟନ କରାଯାଇଛି।