ଅନୁଷ୍ଠିତ ହେବ ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକ

ପୁରୀ/ ସଞ୍ଜୟ ମହାପାତ୍ର: ଆଜି ଅନୁଷ୍ଠିତ ହେବ ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକ ।ରତ୍ନ ଭଣ୍ଡାର ପ୍ରସଙ୍ଗରେ ହେବ ବିଶେଷ ଆଲୋଚନା ।ରତ୍ନ ଭଣ୍ଡାର ତଦାରଖ କମିଟି ନିଷ୍ପତ୍ତି ଉପରେ ଆଜି ବାଜିପାରେ ପରିଚାଳନା କମିଟି ମୋହର।ମୋହର ବାଜିବା ପରେ ରାଜ୍ୟସରକାରଙ୍କୁ ରତ୍ନ ଭଣ୍ଡାର ଖୋଲିବା ପାଇଁ ନିର୍ଦ୍ଦିଷ୍ଟ ତାରିଖ ବିଷୟରେ ସୁପାରିଶ କରିବ ଶ୍ରୀମନ୍ଦିର ପରିଚାଳନା କମିଟି ।ଗତକାଲି ରତ୍ନ ଭଣ୍ଡାର ତଦାରଖ କମିଟି ବୈଠକରେ ଆସନ୍ତା ୧୪ ତାରିଖରେ ରତ୍ନ ଭଣ୍ଡାର ଖୋଲିବା  ନେଇ ନିଆଯାଇଥିଲା ନିଷ୍ପତ୍ତି ।ପରିଚାଳନା କମିଟି କୁ ଏନେଇ ସୁପାରିଶ କରିଛି ତଦାରଖ କମିଟି । ତେଣୁ ଆଜି ନୀଳାଦ୍ରି ଭକ୍ତ ନିବାସ ସଭାଗୃହରେ ହେବାକୁ ଥିବା ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକରେ ଏହି ନିଷ୍ପତ୍ତି ଉପରେ ଆଲୋଚନା ହେବା ସହ ବାଜିବ ମୋହର ।